ଜଗତସିଂହପୁର,ତା =12/12/23 –
ଜଗତସିଂହପୁର ଜ଼ିଲ୍ଲା ବାଲିକୁଦା ବ୍ଲକ ଅନ୍ତର୍ଗତ ବାଖରାବାଦ ସରକାରୀ ପ୍ରାଥମିକ ବିଦ୍ୟାଳୟ ର ଅତିରିକ୍ତ ନୂତନ ଶ୍ରେଣୀ ଗୃହ ନିର୍ମାଣ ର ଶିଳାନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ବାଲିକୁଦା ବ୍ଲକ ଶିକ୍ଷା ଅଧିକାରୀ ବାଇଧର ତ୍ରିପାଠୀ ଙ୍କ ଅଧକ୍ଷତାରେ ମୁଖ୍ୟଅତିଥି ଭାବେ ବାଲିକୁଦା ଏରସମା ବିଧାୟକ ତଥା ଜ଼ିଲ୍ଲା ଯୋଜନା ବୋର୍ଡ ଅଧକ୍ଷ୍ୟ ରଘୁନନ୍ଦନ ଦାସ ନୂତନ ଶ୍ରେଣୀ ଗୃହ ର ଶିଳାନ୍ୟାସ କରିଥିଲେ |ସଂମ୍ମାନିତ ଅତିଥିଭାବେ ବାଲିକୁଦା ପଞ୍ଚାୟତ ସମିତି ଅଧକ୍ଷ୍ୟ ପ୍ରକାଶ ଚନ୍ଦ୍ର ପ୍ରଧାନ | ଜ଼ିଲ୍ଲା ପରିଷଦ ସଭ୍ୟା ଡଲି ପଣ୍ଡା, ସରପଞ୍ଚ ରାଜଲକ୍ଷ୍ମୀ ପୁହାଣ, ସମିତି ସଭ୍ୟ ଜ୍ୟୋତି ରଞ୍ଜନ ପରିଡା, ଵି ଡ଼ି ଓ ବିକାଶ କୁମାର ମହାନ୍ତି | ପ୍ରଧାନ ଶିକ୍ଷୟତ୍ରୀ ସୁଲୋଚନା ଦାସ ଙ୍କ ସହିତ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟତ୍ରୀ, ଅଭିଭାବକ ମାନେ ସମସ୍ତ ଅତିଥିଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ |ଏ ସମସ୍ତ କାର୍ଯ୍ୟକ୍ରମ କୁ ଦଳିତ ବିକାଶ ପରିଷଦ ସଭାପତି ଶଙ୍କର ଦାସ, ସମ୍ପାଦକ ଅକ୍ଷୟ କୁମାର ଦାସ ପରିଚାଳନା କରିଥିଲେ |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ