ମାର୍ଗଶିର ମାସ ଓଡ଼ିଆମାନଙ୍କ ପାଇଁ ଏକ ପବିତ୍ର ମାସ । ଏହି ମାସରେ ମହାଲକ୍ଷ୍ମୀ ଙ୍କ ମାଣବସା ଗୁରୁବାରର ସ୍ୱତନ୍ତ୍ରତା ରହିଛି। ପ୍ରତ୍ୟେକ ଘରେ ଏହି ବ୍ରତ ପାଳନ କରାଯାଏ। ଏହି ବ୍ରତପାଇଁ ଧାନବେଣୀ ର ଆବଶ୍ୟକତା ରହିଥିବା ବେଳେ ଡାଳିଯୋଡି, ବ୍ରହ୍ମପୁର,ଚୈଦ୍ବାର, କଟକ ବାସିନ୍ଦା ବିଜୟ କୁମାର ବାରିକ ଏହି ଆବଶ୍ୟକ ପୁରଣ ପାଇଁ ଅଭିନବ ଉପାୟରେ ଓଡ଼ିଶାର ବିଭିନ୍ନ ଜିଲ୍ଲା ବୁଲି ଧାନବେଣୀ ଲୋକମାନଙ୍କ ପାଖରେ ପହଞ୍ଚାଇ ପାରୁଛନ୍ତି। ସେହିପରି ଆଜି ନବମ ଜିଲ୍ଲା ଭାବେ ଢେଙ୍କାନାଳ ଜିଲ୍ଲା ରେ ଆସି ପହଞ୍ଚିଛନ୍ତି ବିଜୟ । ବ୍ୟସ୍ତ ବହୁଳ କାର୍ଯ୍ୟ ବ୍ୟସ୍ତତା ଜୀବନ ଭିତରେ ମହାଲକ୍ଷ୍ମୀଙ୍କ ପୂଜା ସହରର ଲୋକଙ୍କ ପାଇଁ ସୁବିଧାରେ ପାଇଁ ସେ ଏହି ବ୍ୟବସାୟ ଟିକୁ ଆପଣାଇଛନ୍ତି। ବେସ୍ ଦୁଇପଇସା ରୋଜଗାର ହେବା ସହ ଲୋକମାନଙ୍କର ସୁବିଧା ମଧ୍ୟ ହୋଇପାରୁଛି। ଧାନବେଣୀ ର ମୂଲ୍ୟ 5 ଟଙ୍କା ରୁ ଆରମ୍ଭ କରି 1000 ଟଙ୍କା ପର୍ଯ୍ୟନ୍ତ ଥିବା କହିଛନ୍ତି ବିଜୟ ।