ଅନୁଗୋଳ/ନାଲକୋ –
ଅନୁଗୋଳ ଜିଲ୍ଲା ନାଲକୋ ସ୍ମେଲଟର କାରଖାନା ଫାଟକ ଆଗରେ ୫ଦଫା ସମ୍ବଳିତ ଦାବି କୁ ନେଇ ନାଲକୋ ଠିକା ଶ୍ରମିକ ସମନ୍ୱୟ କମିଟର ର ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି ।ଏହି ସାଧାରଣ ସଭାରେ ନାଲକୋ ଠିକା ଶ୍ରମିକ ସମନ୍ୱୟ କମିଟର ମୁଖ୍ୟ ଉପଦେଷ୍ଟା ଟିକନ ଚନ୍ଦ୍ର ଦାସ,ସଭାପତି ବାବୁଲି ସେଠୀ,ଉପ ସଭାପତି ପ୍ରମୋଦ ସେଠୀ,କୁମର ସାହୁ, ସାଧାରଣ ସମ୍ପାଦକ ଅନୀଲ କୁମାର ବରାଳ, ସମ୍ପାଦକ ଶଶାଙ୍କ ଶେଖର ସାମଲ,ସଂଯୋଜକ ପ୍ରସନ୍ନ ମହାନ୍ତି ,ମଳୟ ପରିଡା,ବିନୟ କୁମାର ପାତ୍ର, ଭୀମସେନ ସାହୁ, ଅଶୋକ ଛୋଟରାୟ, ଦୀପକ ବାରିକ, ଅଶୋକ ବେହେରା,ପ୍ରଶାନ୍ତ ରାଉତ,ରଞ୍ଜିତ ସାମଲ, ଇନ୍ଦ୍ରମଣି ରାଉଳ ଓ ସଙ୍ଗଠନ ର ସମସ୍ତ କର୍ମକର୍ତା ମନେ ଉପସ୍ଥିତ ଥିଲେ ।ସଭାପତି ଶ୍ରୀ ସେଠି ତାଙ୍କ ବକ୍ତବ୍ୟ ରେ କହିଥିଲେ ଯେ ୨୯.୧୧.୨୦୨୩ରିଖ ଦିନ ନାଲକୋ କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ଓ ନାଲକୋ ଅଧ୍ୟକ୍ଷ, ରାଜ୍ୟ ସରକାର ଓ କେନ୍ଦ୍ର ସରକାର ,ଜିଲ୍ଲା ଲୋକ ପ୍ରତିନିଧି ଓ ଜିଲ୍ଲା ପ୍ରଶାସନଙ୍କୁ ୫ଦଫା ଦାବିକୁ ନେଇ ଅବଗତ କରାଇଥିଲେ କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି ପ୍ରକାର ସମାଧାନ ବାଟ ନ ବାହିରି ବାରୁ ଏହି ସାଧାରଣ ସଭା ମାଧ୍ୟମ ରେ ପୁର୍ନର୍ବାର ଅବଗତ କରାଗଲା ।ଦାବି ଗୁଡିକ ହେଲା : ପ୍ରଥମ ଟି -ସ୍ୱତନ୍ତ୍ର ଅଵସର କାଳୀନ ରାଶି ତୁରନ୍ତ ଲାଗୁ କରାଯାଉ ।ଦ୍ୱିତୀୟ ଟି ହେଲା କ୍ୟାଣ୍ଟିନ ଭତା ବୃଦ୍ଧି ବା ମାଗଣା ରେ ଖାଦ୍ୟ ବ୍ୟବସ୍ଥା ତୁରନ୍ତ ଲାଗୁ କରାଯାଉ ।ତୃତୀୟ ଟି ହେଲା ଦକ୍ଷତା ଭିତିକ ପଦୋନ୍ନତି ଓ ଅତିରିକ୍ତ ମଜୁରୀ ତୁରନ୍ତ ଲାଗୁ କରାଯାଉ ।ଚତୁର୍ଥ ଟି ହେଲା ନାଲକୋ ଦ୍ଵାରା ଠିକା ଶ୍ରମିକ ମାନଙ୍କୁ ସୁରକ୍ଷା ଉପକରଣ ତୁରନ୍ତ ଲାଗୁ କରାଯାଉ ।ପଞ୍ଚମ ଟି ହେଲା ଠିକା ଶ୍ରମିକ କଲୋନୀ ବା ଘର ଭଡା ରାଶି ତୁରନ୍ତ ଲାଗୁ କରାଯାଉ ।ଏହି ୫ଦଫା ଦାବି କୁ ଆଗାମୀ ୨୦.୧୨.୨୩ରିଖ ସୁଧା ନାଲକୋ ପ୍ରଶାସନ ଯଦି ଦାବି ନ ମାନେ ୨୧ତାରିଖ ଠାରୁ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ନାଲକୋ ଠିକା ଶ୍ରମିକ ସମନ୍ୱୟ ସମିତି ଅଖ ଚକ ବନ୍ଦ କରିବାକୁ ଆହ୍ୱାନ ଦେଇଥିଲେ ।ଏଥିରେ ଯାହା କ୍ଷୟ କ୍ଷତି ହୁଅ ନାଲକୋ ପ୍ରଶାସନ ସମ୍ପୂର୍ଣ ଦାୟୀ ରହିବ ବୋଲି ସଭାରେ ଘୋଷଣା କରିବା ସହିତ ପୂର୍ବରୁ ଲିଖିତ ଭାବେ ନାଲକୋ ପ୍ରଶାସନଙ୍କୁ ଜଣାଇ ଦିଆଯାଇଛି ।ଏହି ସାଧାରଣ ସଭା ରେ ସ୍ମେଲଟର କାରଖାନା ର ହଜାର ହଜାର ଶ୍ରମିକ ଉପସ୍ଥିତ ଥିଲେ ।ଶେଷରେ ସଂଯୋଜକ ପ୍ରସନ୍ନ ମହାନ୍ତି ଧନ୍ୟବାଦ ଦେଇ ସଭା କାର୍ୟ୍ଯ ସମାପ୍ତ କରିଥିଲେ ।