ବଅଁରପାଳ-ଏହି ବ୍ଲକ ଅନ୍ତର୍ଗତ କାଣ୍ଡଶର ଗ୍ରାମ କନ୍ନେଇନଗର ଠାରେ ଅନୁଗୋଳ ଦିବ୍ୟଦର୍ଶନ ସଙ୍ଘ ଶାଖା ପକ୍ଷରୁ ଏକ ଜ୍ଞାନମନ୍ଦିରର ଭୂମିପୂଜନ ଉତ୍ସବ ଅନୁଷ୍ଠିତ ହୋଇଥିଲା l ଅନୁଗୋଳ ଜିଲ୍ଲାରେ ଏକ ଦିବ୍ୟଭବ୍ୟ ଜ୍ଞାନମନ୍ଦିର ପ୍ରତିଷ୍ଠା କରି ସନାତନ ଧର୍ମର ପ୍ରଚାର ଓ ପ୍ରସାର ନିମନ୍ତେ (ଜ୍ଞାନଯଜ୍ଞ) ସତସଙ୍ଘର ଏହା ଏକ ନିୟମିତ ବ୍ୟବସ୍ଥା l ସ୍ୱାସ୍ଥ୍ୟରକ୍ଷା ପାଇଁ ଯୋଗାସନ, ପ୍ରାଣାୟାମ, ଧ୍ୟାନର ପ୍ରଶିକ୍ଷଣ ଓ ସ୍ୱାସ୍ଥ୍ୟ ସେବାପାଇଁ କବିରାଜୀ, ହୋମିଓପାଥି, ଏଲୋପାଥି, ଦନ୍ତ ଚିକିତ୍ସା ଇତ୍ୟାଦିର ମାଗଣା ସେବା ଯୋଗାଇଦେବା ପାଇଁ ଏହା ପ୍ରତିଷ୍ଠା କରାଯାଉଛି l ଉକ୍ତ ଉତ୍ସବରେ ଦିବ୍ୟଦର୍ଶନ ସଂଘ କେନ୍ଦ୍ରୀୟ କମିଟିର ସଦସ୍ୟ ହେମନ୍ତ କୁମାର ସାହୁ, ଅନୁଗୋଳ ଶାଖାର ସଭାପତି ଉଦୟନାଥ ସାହୁ, ସମ୍ପାଦକ ବସନ୍ତ କୁମାର ମାଝୀ, ଉପସଭାପତି ଡ଼ଃ ହୃଷିକେଶ ସାହୁ, ଜମିଦାତା ସୁନୀଲ ପ୍ରଧାନ, କାଣ୍ଡଶର ଜଗନ୍ନାଥ ମଠର ମହନ୍ତ କେଶବ ମହାରାଜ, ସରପଞ୍ଚ ସବିତା ମହାଳିକ, ପୂର୍ବତନ ସରପଞ୍ଚ ଗୌରଚନ୍ଦ୍ର ପ୍ରଧାନ, ତୁରଙ୍ଗ ସରପଞ୍ଚ ସୌମେନ୍ଦ୍ର ଦେହୁରୀଙ୍କ ସମେତ ବୁଢାପଙ୍କ, ଚଉରୀଡ଼ିହ, ବଳରାମପ୍ରସାଦ ଓ ଅନୁଗୋଳ ଶାଖାର ସମସ୍ତ ଆତ୍ମୀୟ ଗୁରୁ ଭାଇଭଉଣୀ, ଆଧ୍ୟାତ୍ମିକପ୍ରେମୀ ସୁଧୀବୃନ୍ଦ ପ୍ରମୁଖ ଯୋଗ ଦେଇଥିଲେ l