ଆମେ ସମସ୍ତେ ଜାଣନ୍ତି ହକି ଆମର ଜାତୀୟ ଖେଳ ଅଟେ । ଗତ ବର୍ଷ ଆମ ଓଡ଼ିଶା ରେ ହକି ବିଶ୍ଵ କପ୍ ମଧ୍ୟ ଆୟୋଜନ କରାଯାଇଥିଲା । ଯାହା ଆମ ପାଇଁ ଗର୍ବ ଓ ଗୌରବ ର ବିଷୟ ଥିଲା କିନ୍ତୁ କେନ୍ଦ୍ରାପଡା ଜିଲ୍ଲାରେ ହକି ଖେଳ ର ଚାହିଦା ସମ୍ପୂର୍ଣ ଭିନ୍ନ। ନା ଏଠି ହକି ପାଇଁ ପ୍ରୋତ୍ସାହନ ଅଛି ନା ପିଲାମାନଙ୍କ ର ଆଗ୍ରହ ଅଛି l ଠିକ୍ ଏହି ସମୟ ରେ ଭିନ୍ନ ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା କେନ୍ଦ୍ରାପଡ଼ା ଜିଲ୍ଲା ମହାକାପଡା ବ୍ଲକ ର ଲୁଣିମାଠିଆ ଶବରପଡା ଅଞ୍ଚଳ ରେ । ଏଠାରେ ହକି ଷ୍ଟିକ ଥିଲା ବାଉଁଶ ର ଲାଠି ଏବଂ ବଲ୍ ଥିଲା ଛିଣ୍ଡା ଚପଲକୁ କଟାଯାଇ ବନ୍ଧା ଯାଇଥିବା ବଲ l ଖେଳୁଥିବା ପିଲା ଏପରି ଖେଳୁଥିଲେ କି ଯେପରି ଜଣେ ଜଣେ ପୁରୁଣା ଖେଳାଳି। ଏହି ଚିତ୍ର ମଧ୍ୟ ବିଭିନ୍ନ ଗଣମାଧ୍ୟମ ରେ ପ୍ରକାଶିତ ହେଇଥିଲା । ଅନ୍ୟ କାହାର ଦୃଷ୍ଟି ପଡୁ କି ନ ପଡୁ କିନ୍ତୁ ଏହାକୁ ଗୁରୁତ୍ୱ ର ସହ ନେଇଥିଲେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ। ଟ୍ରଷ୍ଟ ର କର୍ମକର୍ତ୍ତା ମାନେ ପହଞ୍ଚିଥିଲେ ସେହି ଅଞ୍ଚଳ ରେ। ପିଲା ମାନଙ୍କୁ ଭେଟି ଦେଇଥିଲେ ହକି ଷ୍ଟିକ ସହ ବଲ । ଏହା ଦେଖି ପିଲାମାନଙ୍କ ହକି ଖେଳ ପ୍ରତି ଉତ୍ସାହ ବଢ଼ିଯାଇଥିଲା। ସେମାନେ ଏହି ଜାତୀୟ ଖେଳ ହକି କୁ ସୁନ୍ଦର ଭାବ ରେ ଉପସ୍ଥାପନ କରିଥିଲେ । ଏହି ପିଲାମାନେ ଟ୍ରଷ୍ଟ ର ସଭାପତି ଶ୍ରୀଯୁକ୍ତ ଦମନ ମହାନ୍ତି ଙ୍କୁ ବାର୍ତ୍ତା ଦେଇଥିଲେ କି ଯଦି ଆମକୁ ସଠିକ ପ୍ରଶିକ୍ଷଣ ଦିଆଯାଏ ତେବେ ଆମେ ବି କେନ୍ଦ୍ରାପଡ଼ା ଜିଲ୍ଲା ଓ ଓଡ଼ିଶା ର ନାମ ଜାତୀୟ ସ୍ତର ରେ ପହଞ୍ଚାଇବୁ। ଏହି କାର୍ଯକ୍ରମ ରେ ସହଯୋଗୀ ବନ୍ଧୁ ମାନେ ହେଲେ ଟ୍ରଷ୍ଟ ର ଉପସଭାପତି ରଶ୍ମି ରଞ୍ଜନ ବାରିକ, ବିଭୁ ପ୍ରକାଶ ସାହୁ, କାଳନ୍ଦି ମଲ୍ଲିକ, ରମାକାନ୍ତ ନାୟକ, ଦୀପକ କୁମାର ସ୍ବାଇଁ ଓ ମିଲୁ ନାୟକ।

/ May 20, 2025
No Comments