ବିଷୟ __ଯାଜପୁର ର ଅଙ୍ଗାଳୋ ଠାରେ ଥିବା ଲଛମନ ବାଲାଜୀଉ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେଉଥିବା ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନୂଆ ଓଡ଼ିଶା ଯୁବ ଓଡ଼ିଶା ଓ ନବୀନ ଓଡ଼ିଶା କାର୍ଯ୍ୟକ୍ରମର ଉଦଯାପନୀ ହୋଇଯାଇଛି।ଶେଷଦିନରେ ସାମାଜିକ କାର୍ଯ୍ୟ ଓ କ୍ରିୟା କଳାପ ଓ ସଡ଼କ ସୁରକ୍ଷା ସଚେତନତା ବିଷୟରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ପିଲାମାନେ ଗ୍ରାମ ପରିକ୍ରମା କରିଥିଲେ।ଏହି ପରିକ୍ରମା ପ୍ରସିଦ୍ଧ ଶାମେଶ୍ଵର ମନ୍ଦୀର ପର୍ଯ୍ୟନ୍ତ ଯାଇଥିଲା।ଆଜିର ଏହି ଉଦଯାପନୀ ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ NC କଲେଜରୁ ଆସିଥିବା ଜିଲ୍ଲା ନୋଡାଲ ଅଫିସର ସୁରେଶ ଚନ୍ଦ୍ର ସାହୁ । ସଭାପତିତ୍ବ କରିଥିଲେ ଅଧ୍ୟକ୍ଷ ଆଶିଷ କୁମାର ରାୟ।ସଭାଟିକୁ ପରିଚାଳନା କରୁଥିଲେ ସାଂସ୍କୃତିକ ବିଭାଗର ନୋଡାଲ ଅଫିସର ଅଧ୍ୟାପକ ଆଲୋକ କୁମାର ସାମଲ। ସମ୍ମାନୀତ ଅତିଥି ଭାବେ ଜୟଦେବ ଥାଟୋଇ,ନିହାର ରଞନ ବଳ, ଅବନୀ କୁମାର ରାୟ,ମଳୟ କୁମାର ମଲ୍ଲିକ, ରାମଚନ୍ଦ୍ର ସାମଲ,ପ୍ରସନ୍ନ କୁମାର ବିଶ୍ବାଳ,ସରୋଜ କାନ୍ତ ରଥ ରହି ଏହି ଉତ୍ସବକୁ ସଫଳ କରାଇଥିଲେ।ଏହି କାର୍ଯ୍ୟକ୍ରମ କୁ ସମସ୍ତ ଅଧ୍ୟାପକ, କର୍ମଚାରୀ ତଥା ଛାତ୍ର ଛାତ୍ରୀ ମାନେ ଏବଂ ବିଶେଷ ଭାବେ ନୋଡାଲ ଅଫିସର ଆଲୋକ କୁମାର ସାମଲଙ୍କ ସହଯୋଗକୁ ପ୍ରଶଂସା କରିଥିଲେ ମୁଖ୍ୟ ଅତିଥି।ଯୁବ ଶକ୍ତିର ବିକାଶରେ ସରକାରଙ୍କ ଯୋଜନାର ରୂପାୟନ ସଂପର୍କରେ ଆଲୋଚକ ମାନେ ଆଲୋଚନା କରିଥିଲେ।
ଯାଜପୁରରୁ ସରୋଜ ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ