କେନ୍ଦୁଝର ଜିଲ୍ଲାରେ ନଦୀକୂଳରେ ସାଙ୍ଗ ମାନଙ୍କ ସହିତ ଭୋଜି କରିବା ପଡିଲା ମହଙ୍ଗା ଗାଧୋଇବା ବେଳେ ବ୍ୟକ୍ତି ନିଖୋଜ। ଅଗ୍ନିଶମ ବିଭାଗ କର୍ମଚାରୀ ଅକ୍ଲାନ୍ତ ଚେଷ୍ଟା ପରେ ମଧ୍ୟ କୌଣସି ସନ୍ଧାନ ପାଇନଥିବା ସୂଚନା। ସୂଚନା ଅନୁଯାୟୀ ଚମ୍ପୁଆ ଥାନା ଅନ୍ତର୍ଗତ ବରହମ୍ପୂର୍ କରଞ୍ଜିଆ ଗ୍ରାମର “ବୁଲେଟ” ନାମକ ଜଣେ ବ୍ୟକ୍ତି ନିଜ ସାଙ୍ଗ ମାନଙ୍କ ସହିତ ପିକନିକ କରିବାକୁ ବୈତରଣୀ ନଦୀ କୂଳ ରେ ଥିବା କେଶରୀକୁଣ୍ଡକୁ ଭୋଜି ପାଇଁ ଯାଇଥିବା ବେଳେ ନଦୀରେ ଗାଧୋଇବା ବେଳେ ଅସାବଧାନତା କିମ୍ବା କୌଣସି କାରଣରୁ ଉକ୍ତ “ବୁଲେଟ୍” ନାମକ ବ୍ୟକ୍ତି ନିଖୋଜ ହୋଇଥିବା ନେଇ ସୂଚନା। ଘଟଣା ସ୍ଥଳରେ ଚମ୍ପୁଆ ପୋଲିସ୍ ଓ ଅଗ୍ନିଶମ ବିଭାଗ କର୍ମଚାରୀ ଅକ୍ଲାନ୍ତ ଚେଷ୍ଟା ପରେ ମଧ୍ୟ ନିଖୋଜ ବ୍ୟକ୍ତିର କୌଣସି ସନ୍ଧାନ ପାଇନଥିବା ବେଳେ ଅଗ୍ନିଶମ ବିଭାଗ ପକ୍ଷରୁ ନିଖୋଜ ବ୍ୟକ୍ତିଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା ଚଳାଇଥିବା ନେଇ ସୂଚନା। ନିଖୋଜ ବ୍ୟକ୍ତି ଜଣଙ୍କ ବିଭାଇତା ଓ ତାଙ୍କ ର ବୟସ ପାଖାପାଖି ୪୨ବର୍ଷ ହୋଇଥିବା ନେଇ ସୂଚନା।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ୍