ଜେଜେବାପା ସ୍ବର୍ଗତ କମ୍ଭୁ ନାଥ ସାହୁ କଫ, ସ୍ଵାଶ, ଇସନ ଫୁଲିଆ, ବାତ, ଅଧକପାଳି, ମଳ କଣ୍ଟକ ଆଦି ଆୟୁର୍ବେଦିକ ଔଷଧ ପ୍ରାୟ 60 ବର୍ଷ ହେବ ଦେଇ ଆସୁଥିଲେ || ତାଙ୍କ ଦେହାନ୍ତ ପରେ ନାତି ଜିତେନ୍ଦ୍ର ସାହୁ ଆପଣ ଆଜକୁ 15 ବର୍ଷ ହେବ ଆୟୁର୍ବେଦିକ ସଫଳ ଚିକିତ୍ସା କରିଆସୁଛନ୍ତି || ଓଡିଶା ତଥା ସମଗ୍ର ଭାରତ ବର୍ଷରୁ ବିଭିନ ଆଡୁ ଲୋକେ ଆସି ସଫଳ ଚିକିତ୍ସା ଲାଭ କରିଛନ୍ତି || ତତ ସହିତ ଆପଣ ସମଗ୍ର ପଂଚାୟତର ବିଭିନ୍ନ ସମସ୍ୟା ଓ ଉନ୍ନୟନ ମୂଳକ କାମ ରେ ସକ୍ରିୟ ସହଯୋଗ କରି ଆସୁଛନ୍ତି || ବର୍ତ୍ତମାନ ପର୍ଯ୍ୟନ୍ତ ଯାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସତାଧିକ ଶବ ପୋଡି ଉଦାହରଣ ସୃଷ୍ଟି କରିଛନ୍ତି ଜିତେନ୍ଦ୍ର ||1999 ମହାବାତ୍ୟା ପରଠାରୁ ପଂଚାୟତ ତଥା ଓଡାପଡା ବ୍ଲକରେ ବାତ୍ୟା, ଘରପୋଡି ଓ ଦଇବ ଦୁର୍ବିପାକ ସମୟରେ ନିଜସ୍ୱ ପାଣ୍ଠିରୁ ସହଯୋଗ ହାତ ବଢ଼ାଇ ଆସି ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ||
ଅଭାବ ଅନଟନ ର ଶିକାର ହେଉଥିବା ମେଧାବୀ ଛାତ୍ର ଛାତ୍ରୀଙ୍କୁ ମଧ୍ୟ ସହଯୋଗ କରି ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଆପଣ