କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡବିଲ ପୌରାଞ୍ଚଳ ରେ ଥିବା ଆଶ୍ରମ ସ୍କୁଲ୍ ଭାବେ ଜଣାଶୁଣା ମାଟକାମ୍ବେଡା ଉଚ୍ଚ ବିଦ୍ୟାଳୟ ର ବାର୍ଷିକ କ୍ରୀଡା ଉତ୍ସବ ର ଉଦଯାପନୀ ଦିବସ ପାଳିତ ହୋଇଯାଇଛି। ପ୍ରଥମ ଦୀବସରୁ ପ୍ରଜ୍ୟୋଲିତ କ୍ରୀଡା ଜ୍ୟୋତିର କ୍ଷୀର ଢାଳି ପରିସମାପ୍ତି ଓ କ୍ରୀଡା ପତାକା ର ଅବତରଣ ମୁଖ୍ୟ ଅତିଥି ଡକ୍ଟର ଶ୍ରୀ ସାମଲ କରିଥିଲେ। ସ୍କୁଲ୍ ପକ୍ଷରୁ ବାର୍ଷିକ ଉତ୍ସବ କ୍ରୀଡା ବିଗତ ତିନି ଦିନ ଧରି ଅନୁଷ୍ଠିତ କରାଯାଇଥିଲା। ଛାତ୍ର ଛାତ୍ରୀ ମାନେ ତାଙ୍କର କ୍ରୀଡା କୌଶଳ ପ୍ରଦର୍ଶନ କରିବା ସହ ନିଜର ଆତ୍ମ ସୁରକ୍ଷା ଉଦ୍ଦେଶ୍ୟରେ ଛାତ୍ର ଛାତ୍ରୀ ମାନଙ୍କୁ ପ୍ରଶିକ୍ଷିତ କରୁଥିବା କୋଚ୍ ପରମଜିତ ସିଂ ପିଲା ମାନଙ୍କ ସହ ଯେଉଁ କଳା ପ୍ରଦର୍ଶନ କରିଥିଲେ ତାହା ଅତ୍ୟନ୍ତ ମନମୁଗ୍ଧକର ରହିଥିଲା, ଏବଂ ସ୍କୁଲ୍ ର ଛାତ୍ରୀ ବୃନ୍ଦ ତାଙ୍କ ନାଚ ଗୀତ ମାଧ୍ୟମରେ ଉପସ୍ଥିତ ଅତିଥି ଏବଂ ଅବିଭାବକ ଓ ଦର୍ଶକଙ୍କ ମନକୁ ବିମୋହିତ କରିବାର ମନଲୋଭା ଦୃଶ୍ୟ ଦେଖିବାକୁ ମିଳିଥିଲା।ଏବଂ ଉଦଯାପନୀ ଦିବସ ଅବସରରେ ବଡବିଲ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରର ମୂଖ୍ୟ ଡାକ୍ଟର ଶ୍ରୀ ଷୌଭାଗ୍ୟ ରଶ୍ମି ରଞ୍ଜନ ସାମଲ ମୂଖ୍ୟ ଅତିଥି ଭାବେ ଯୋଗଦେଇ ପିଲାମାନଙ୍କୁ ଉତ୍ସାହିତ କରିବା ସହ ତିନିଦିନ ଧରି ବ୍ୟାପି ଚାଲିଥିବା ବିଭିନ୍ନ ଖେଳ କୁଦ ଯଥା ଲଙ୍ଗ ଜମ୍ପ ହାଇ ଜମ୍ପ୍ କୁସ୍ତି ପୁଚି ଖେଳ ଓ ବିଭିନ୍ନ ବର୍ଗରେ କୃତକାର୍ଯ୍ୟ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ ଏବଂ ସ୍କୁଲ କର୍ତୃପକ୍ଷ କିଭଳି ଏହି ପ୍ରତିଯୋଗିତା ପ୍ରତିବର୍ଷ ଏହିଭଳି ଜାକଜମକରେ ପାଳନ କରାଯିବ ତାହାର ନିର୍ଭୟ ପ୍ରତିଶ୍ରୁତି ଦେଇଥିବା ବେଳେ ଏହି ଉଦଯାପନୀ ଦିବସ ଅବସରରେ ଛାତ୍ର ଛାତ୍ରୀ ମାନେ ସେମାନଙ୍କର କଳା ପ୍ରଦର୍ଶନ କରିଥିଲେ।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ୍