ଅନୁଗୋଳ : ଅନୁଗୋଳ ଜିଲ୍ଲା ରାଜକିଶୋରପଡ଼ାର ବିଶିଷ୍ଟ ସମାଜସେବୀ ସୁବ୍ରତ ପଟ୍ଟନାୟକ(ସୁଲୁ) ମାଆ ବବିତା ପଟ୍ଟନାୟକ ତଥା ସୁବାସ ପଟ୍ଟନାୟକଙ୍କ ଧର୍ମପତ୍ନୀଙ୍କ ଗତ ୧୯ ତାରିଖ ଭୋର ୪ଟା ସମୟରେ ରାଜକିଶୋରପଡ଼ା ସ୍ଥିତ ବାସଭବନରେ ଦେହାନ୍ତ ହୋଇଛି । ହଠାତ୍ ହୃଦଘାତରେ ତାଙ୍କର ପରଲୋକ ଘଟିଥିଲା । ୧୯ ତାରିଖ ଏକ ଶୋକାକୁଳ ପରିବେଶରେ ଅନୁଗୋଳ ସହର ପରିକ୍ରମା କରି ପୁରୀ ସ୍ୱର୍ଗଦ୍ୱାର ରେ ଅନ୍ତେଷ୍ଟିକ୍ରୀୟା ସମାପନ ହୋଇଥିଲା । ସେ ବି ଜଣେ ପର ଉପକାରୀ ମଣିଷ ଥିଲେ । ତାଙ୍କର ବିୟୋଗରେ ସହରରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ତାଙ୍କ କନିଷ୍ଠ ପୁତ୍ର ସମାଜସେବୀ ସୁବ୍ରତ ପଟ୍ଟନାୟକଙ୍କ ମୁଖାଗ୍ନୀ ଦେଇଥିଲେ । ପରିବାରବର୍ଗଙ୍କ ସହିତ ବହୁ ମାନ୍ୟଗଣ ବ୍ୟକ୍ତି ଶେଷକୃତ୍ୟ ରେ ସାମିଲ୍ ହେବା ସହିତ ଶେଷଦର୍ଶନ କରିଥିଲେ ।