ଢେଙ୍କାନାଳ ଖଡକପ୍ରସାଦ ସ୍ଥିତ ବ୍ରାହ୍ମଣୀ ପବ୍ଲିକ ସ୍କୁଲର ୧୮ ତମ ପ୍ରତିଷ୍ଠା ଦିବସ ସ୍ପନ୍ଦନ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବରେ ଏମଜୀଏମ୍ କାରଖାନାର ଚେୟାରମ୍ଯାନ ଶ୍ରୀ ପଙ୍କଜ ଲୋଚନ ମହାନ୍ତି ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ଵଳନ କରି ଉତ୍ସବକୁ ଉଦ୍ଘାଟନ କରିଥିଲେ। ମୁଖ୍ୟ ଅତିଥିଙ୍କୁ ତାଙ୍କ ଅଭିଭାଷଣରେ କହିଥିଲେ ଏହି ସ୍କୁଲକୁ ଯେଉଁ ଉଦ୍ୟୋକ୍ତ ମାନେ ବିଶେଷ କରି ସାମଲ ପରିବାର ଆରମ୍ଭ କରି ବହୁ ବାଧା ବିଘ୍ନ ପରେ ଏତେ ବାଟ ଅଣାଇଥିଲେ। ସେମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ସ୍କୁଲ ଚେୟାରମ୍ଯାନ ଗଙ୍ଗାଧର ସାମଲ କହିଲେ, ପ୍ରଥମେ ବ୍ରାହ୍ମଣୀ ସ୍କୁଲ ଟି ୧୯୯୩ ମସିହା ରେ ୮ ଟି ପିଲାଙ୍କୁ ନେଇ ଆରମ୍ଭ ହୋଇଥିଲା। ଆଜି ମହା ଦ୍ରୁମ ରେ ପରିଣତ ହୋଇ ପିଲା ସଂଖ୍ୟା ଏକ ହଜାର ରୁ ଉର୍ଦ୍ଧ କରିଲାଣୀ। ଏଥି ପାଇଁ ଏମ ଜିଏମ୍ ଓ ନବ ଭାରତ କାରଖାନା କର୍ତ୍ତୃପକ୍ଷ ଙ୍କୁ ଧନ୍ୟବାଦ ଦେବା ସହ ଯେଉଁ ବାଦନ୍ୟ ବ୍ୟକ୍ତି ସ୍କୁଲ ସହ ଜଡିତ ହୋଇ ଆଜି ପର୍ଯ୍ୟନ୍ତ ସ୍କୁଲ କୁ ଆଗେଇ ଆଣି ଦେଇଛନ୍ତି, ସେମାନଙ୍କୁ ଧନ୍ୟବାଦ ଦେବା ସହ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ ଧନ୍ଯବାଦ୍ ଦେଇଥିଲେ। ଏହି ଉତ୍ସବରେ ଅନ୍ୟ ଅତିଥି ଭାବେ ଡଃ ନୀଳମଣି ଧଳ, ବିଜୟ ଧଳ, ସବ୍ୟ ନରେନ୍ଦ୍ର କୁମାର ସାହୁ, ବିନୋଦ କୁମାର ସାହୁ, ଅଖିଳ କୁମାର ମହାପାତ୍ର, ଯୋଗ ଦେଇଥିଲେ। ଉତ୍ସବ ର ଦିତୀୟ ଭାଗରେ ଢେଙ୍କାନାଳ ସଦର ବିଧାୟକ ସୁଧୀର କୁମାର ସାମଲ, ଯୋଗଦେଇ ସ୍କୁଲ ର ଉନ୍ନତି କାମନା କରିଥିଲେ। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଅନୁଗୁଳ ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର ଜୀ ଏମ୍ ଆର୍ ଡି ଏ ଭି ପବ୍ଲିକ ସ୍କୁଲ ଅଧକ୍ଷା ଅହଲ୍ୟା ବାଇ ସାହୁ, କଳିଙ୍ଗ ଡି ଏ ଭି ଅଧକ୍ଷ ସୁରେନ୍ଦ୍ର କୁମାର ଭୋଇ, କଳିଙ୍ଗ ଡି ଏ ଭି ସ୍କୁଲ୍ ଶିକ୍ଷୟିତ୍ରୀ ମଧୁସ୍ମିତା ମହାପାତ୍ର, ନବ ଭାରତ ଭିପି କୋମନ୍ଡଲ ଜୀ ପ୍ରକାଶ ଯୋଗ ଦାନ କରିଥିଲେ। ସ୍କୁଲ ର ଅଧକ୍ଷ ରଞ୍ଜନ କୁମାର ସିଂ ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସାସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।