ଜାଗ୍ରତ ଭାରତ ନ୍ୟୁଜ, ଗଞ୍ଜାମ ବ୍ୟୁର ରୂପକ ମହାନ୍ତି,
ଗୋପାଳପୁର ରେ ଆଜି ଭୋର୍ ପ୍ରାୟ ୪ ଟା ବେଳେ ସମୁଦ୍ରକୁ ମାଛ ମାରିବାକୁ ଯାଉଥିବା ବେଳେ ବଡ ଲହଡ଼ା ରେ ଡଙ୍ଗା ଉଲଟି ଜଣେ ମୃତ ୨ ଜଣ ବର୍ତ୍ତି ଯାଇଛନ୍ତି। ମୃତ ଜଣକ ହେଲେ ବି.ବୈରାଗୀ ବୟସ ୬୩ ଜଣାପଡିଛି। ଆଜି ଭୋର୍ ପ୍ରାୟ ସାଢେ଼ ୪ଟା ବେଳେ ବି.ବୈରାଗୀ,ଏମ. ବାଲରlଜୁ ଓ ଏମ.ସିମୁଡୁ ମାଛ ମାରିବାକୁ ଯାଉଥିବା ବେଳେ ଏକ ବଡ ଲହଡ଼ି ରେ ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟି ପଡ଼ିବା ବେଳେ ୨ ଜଣ ଡେଇଁ ପଡ଼ିଥିବା ବେଳେ ବୈରାଗୀ ଉପରେ ପଡ଼ିଯାଇଥିଲା।ସେ ଗୁରୁତର ହେବାରୁ ତାକୁ ବ୍ରହ୍ମପୁର ବଡ ମେଡ଼ିକାଲ ନେଇଥିଲେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିବା ପତ୍ନୀ ବି. ଗାରମ୍ମା ଗୋପାଳପୁର ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି।