ଢେଙ୍କାନାଳ କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମଜୀଉଙ୍କ ମନ୍ଦିର ରେ ଆଜି ନୂଆବର୍ଷ ଥିବାରୁ ବିଶେଷ ପୂଜାର୍ଚ୍ଚନା କରାଯାଇଥିଲା। ପ୍ରାତଃ ମଙ୍ଗଳ ଆଳତି ସ୍ନାନ ବସ୍ତ୍ର ବିଭିନ୍ନ ଫୁଲହାର ତୁଳସୀ ହାର ଲାଗି କରାଯାଇଥିଲା। ପହିଲି ଖେଚେଡ଼ି ଭୋଗ, ବଲ୍ଲଭ ଭୋଗ, ମଧ୍ୟାହ୍ନ ଅର୍ନ ଧୂପ ସନ୍ଧ୍ୟା ରେ ଆଳତି ଓ ରାତ୍ରୀରେ ରାତ୍ରଧୂପ ପରେ ପହଡ ପଡ଼ିବ। ଆଜି ନୂଆବର୍ଷ ଥିବାରୁ ବହୁସଂଖ୍ୟକ ଭକ୍ତ ଙ୍କ ସମାଗମ ଦେଖିବାକୁ ମିଳିଥିଲା। ପୂଜକ ମଳୟ କର ପୂଜକ ମନସୁମନ ମିଶ୍ର ପୂଜକ ଶ୍ରୀବତ୍ସ ମିଶ୍ର ପାଳିଆସେବକ ସମ୍ଭୁନାଥ ମହାପାତ୍ର କାହାଳିଆ ଟିକନ ବେହେରା ଓ ଜିମାଦାର ଶ୍ୟାମସୁନ୍ଦର ପାଣିଗ୍ରାହୀଙ୍କ ଉପସ୍ଥିତ ରେ ଏହି ନୂଆ ବର୍ଷ ନିତି ପାଳିତ ହୋଇଯାଇଛି।