ଅନୁଗୋଳ/ବଅଁରପାଳ – ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ବଅଁରପାଳ ଆଶା ସିନେ ପ୍ୟାଲେଶ୍ ଠାରେ ୨୪ ତମ ଆଶା ଫାଉଣ୍ଡେସନ ଦିବସ ଓ ସପ୍ତମ ଏନ୍ ସି ଡ଼ି ଏ ବାର୍ଷିକ ଉତ୍ସବ ଅବସରରେ ବିଭିନ୍ନ ପ୍ରତିଯୋଗିତା ପାଇଁ ରେଜିଷ୍ଟ୍ରେସନ୍ ଆରମ୍ଭ ହେବ। ଆସନ୍ତା ତା ୦୭/୦୧/୨୪ ରିଖ ଦିନ ବିଭିନ୍ନ ପ୍ରକାରର ପ୍ରତିଯୋଗିତା ପାଇଁ ଅଡିସନ୍ ହେବ । ଏହି ପ୍ରତିଯୋଗିତା ଗୁଡ଼ିକ ମଧ୍ୟରେ ଡ୍ରଇଂ, କଲରିଂ, ରଙ୍ଗୋଲୀ, ଝୋଟି, ସୋଲୋ ଡ୍ୟାନ୍ସ୍, ଗୃହଲକ୍ଷ୍ମୀ ଆଦି ପ୍ରତିଯୋଗିତା ଇଭେଣ୍ଟ ରହିଛି। ଇଛୁକ ପ୍ରତିଯୋଗୀ ମାନେ ଏହି ପ୍ରତିଯୋଗିତାରେ ଭାଗ ନେବା ପାଇଁ ତୁରନ୍ତ ଆଶା ସିନେ ପ୍ୟାଲେଶ୍ ଠାରେ ଯାଇ ନିଜର ନାମ ରେଜିଷ୍ଟ୍ରେସନ୍ କରାଇ ନିଅନ୍ତୁ। ଆସନ୍ତା ୧୧/୦୧/୨୦୨୪ ତାରିଖ ଦିନ ଫାଇନାଲ ଓ ଗ୍ରାଣ୍ଡ ସେଲିବ୍ରେଶନ ହେବ ଓ ବିଜେତା ପ୍ରତିଯୋଗୀ ମାନଙ୍କୁ ପୁରସ୍କାର (କ୍ୟାଶ୍) , ଟ୍ରଫି ପ୍ରଦାନ କରାଯିବ ବୋଲି ଆୟୋଜକଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ରେଜିଷ୍ଟ୍ରେସନ୍ ଫି ୧୦୦/- ଟଙ୍କା ରହିଛି।