ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ନୂଆହତା ପଞ୍ଚାୟତ ଗଣ୍ଠିଗାଡ଼ିଆ ଗ୍ରାମ ଭିତରେ ଗତ କାଲି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗୋଠ ରୁ ଛଡା ଚାରି ମାସର ହାତୀ ଛୁଆ ଏକ ହୋଇଥିବା ଜଣାପଡିଛି। ଗୋଠରେ ମିଶାଇବା ନେଇ ବନବିଭାଗ ର ସତ ଚେଷ୍ଟା ହେଉଛି ବିଫଳ। ତାହାରି ଭିତରେ ଏକ ଅଭାବନୀୟ ଘଟଣା ମଧ୍ଯ ଦେଖିବାକୁ ମିଳିଛି। ଗତ କାଲି ନୂଆହତା ପଞ୍ଚାୟତ ଗଣ୍ଠିଗାଡ଼ିଆ ଗ୍ରାମ ଭିତରେ ଏକ ଛୁଆ ହାତୀ ବୁଲୁ ଥିଲା। ଗ୍ରାମର କିଛି ଲୋକ ହାତୀ ଛୁଆ ସହିତ ଦିର୍ଘ ସମୟ ଧରି ଗେଲ ହେବା ସହିତ ହାତୀ ଛୁଆକୁ ପାଣି ଓ ଖାଦ୍ୟ ଖୁଆଇବା ଦେଖିବାପାଇଁ ମିଳି ଥିଲା। ପରେ ସନ୍ଧ୍ୟା ସମୟରେ ବନ ବିଭାଗ ଖବର ପାଇ ଗଣ୍ଠି ଗାଡ଼ିଆ ପହଞ୍ଚି ହାତୀ ଛୁଆକୁ ନେଇ ବଡଖଳି କାଲୁଣିପୁତା ବନ୍ଧ ପାଖ ହାତୀ ଗୋଠରେ ଛାଡିଥିଲେ। କିନ୍ତୁ ଦଳ ହାତୀ ହାତୀ ଛୁଆକୁ ସାଙ୍ଗରେ ନନେଇ ପଳାଇ ଯାଇ ଥିଲେ। ରାତି ସାରା ହାତୀ ଛୁଆ ଏଣେ ତେଣେ ବୁଲି ଆଜି ସକାଳ ସମୟରେ ନୂଆହତା ଗଡ଼ସାହି ପଛପାଖରେ ଏକ ଜଙ୍ଗଲ ର ଗୋଟିଏ ଜାଗାରେ ଅସୁସ୍ଥ ହୋଇ ପଡିଥିବା ବନବିଭାଗ କର୍ମଚାରୀ ଜଣାଇବା ପରେ ଅନୁଗୋଳ DFO, ACF, ରେଞ୍ଜର, ଫରେଷ୍ଟର,ଫରେଷ୍ଟର ଗାର୍ଡ , ମେଡିକାଲ ଟିମ୍ ପହଞ୍ଚି ହାତୀ ଛୁଆକୁ ସୁସ୍ଥ କରିବା ପାଇଁ ଚିକିତ୍ସା ଆରମ୍ଭ କରି ଥିଲେ। ପ୍ରାୟ ୫-୬ ଘଣ୍ଟା ଚିକିତ୍ସା ପରେ ହାତୀ ଛୁଆ ଧୀରେ ଧୀରେ ସୁସ୍ଥ ହେଉଥିବା ସୂଚନା ଦେଇଛନ୍ତି ଅନୁଗୋଳ DFO।
Banarpal ରୁ ସୁଶାନ୍ତ କୁମାର ସାମଲ ଙ୍କ ରିପୋର୍ଟ ଜାଗ୍ରତ ଭାରତ୍ ନ୍ୟୁଜ