ଅମ୍ବାଭୋନା -୦୫/୦୧/୨୦୨୪-ବହୁ ଚର୍ଚ୍ଚିତ ଅଞ୍ଜଳି ହତ୍ୟାକାଣ୍ଡ ଘଟଣା ରେ ଅମ୍ବାଭୋନା ପୋଲିସ ଅଭିଯୁକ୍ତ ସ୍ବାମୀ ବୁଙ୍ଗାପାଲି ନିବାସୀ ବିଶ୍ବ ଭୋଇ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗତ ଗୁରୁବାର ସନ୍ଧ୍ୟାରେ ଘରେ କେହି ନଥିବା ବେଳେ ପତ୍ନୀ ଅଞ୍ଜଳି ପଧାନ ଘର କବାଟ କିଳି ବେକରେ ଶାଢ଼ୀ ଲଗାଇ ଆତ୍ମହତ୍ୟା କରିଥିବା ବେଳେ ସ୍ବାମୀ ବିଶ୍ଵ ଭୋଇ କବାଟ ଭାଙ୍ଗି ପଡୋଶୀ ଙ୍କ ସହାୟତା ରେ ଉଦ୍ଧାର କରି ତାଙ୍କୁ ବରଗଡ଼ ଖେଦାପାଲି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେବା ବାଟରେ ମୃତ୍ୟୁ ଘଟିଥିଲା ବୋଲି ସ୍ବାମୀ ସଫେଇ ଦେଇଛନ୍ତି। ମାତ୍ର ଅଞ୍ଜଳି ଙ୍କ ମୃତ୍ୟୁ ଘଟଣା ଏବେ ରହସ୍ୟ ଘେରରେ ରହିଛି। ମୃତ୍ୟୁ ର ପ୍ରକୃତ କାରଣ ଜଣାପଡ଼ିନାହିଁ। ମାତ୍ର ମୃତ ଅଞ୍ଜଳି ଙ୍କ ବାପା ଛତାଦେଇ ନିବାସୀ ରାଜେନ୍ଦ୍ର ପ୍ରଧାନ ଙ୍କ ଏତଲା ଆଧାରରେ ଅମ୍ବାଭୋନା ପୋଲିସ ସ୍ବାମୀ ବିଶ୍ଵନାଥ ଭୋଇ ଙ୍କ ବିରୁଦ୍ଧରେ ଅମ୍ବାଭୋନା ଥାନା ରେ କେଶ ନଂ ୦୩/୨୦୨୪ ଭାରତୀୟ ପିଙ୍ଗଳ କୋଡ଼ ଦଫା ୪୯୮(କ),୩୦୨, ଓ ୩୪ ରେ ମାମଲା ରୁଜ୍ଜୁ କରି ଅଭିଯୁକ୍ତ ସ୍ବାମୀ ବିଶ୍ଵନାଥ ଭୋଇ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଅମ୍ବାଭୋନା ପୋଲିସ। ପ୍ରକାଶ ଥାଉକି ତିନି ବର୍ଷ ତଲେ ଛତାଦେଇ ନିବାସୀ ଅଞ୍ଜଳି ପ୍ରଧାନ ଙ୍କ ସହ ବୁଙ୍ଗାପାଲି ନିବାସୀ ବିଶ୍ଵନାଥ ଭୋଇ ଙ୍କ ପ୍ରେମ ବିବାହ ହୋଇଥିଲା। ତାଙ୍କ ର ଏକ ୧୦ ମାସର ପୁଅ ମଧ୍ୟ ରହିଛି। ସେମାନଙ୍କ ମଧ୍ୟରେ ପାରିବାରିକ ଅଶାନ୍ତି ଲାଗି ରହିଥିଲା।ଫଲରେ ସ୍ବାମୀ ସ୍ତ୍ରୀ ମଧ୍ୟରେ କିଛି ଦିନ ହେବ ବିବାଦ ଲାଗି ରହିବାରୁ ଏହି ଅଘଟଣ ହୋଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିପାରିଛି।ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ଜଣାପଡିବ ବୋଲି ପୋଲିସ ପ୍ରକାଶ କରିଛନ୍ତି।

/ February 6, 2025
No Comments