ଗୋଳାମୁଣ୍ଡା
କେନ୍ଦ୍ର ସରକାର ଡ୍ରାଇଭର ମାନଙ୍କ ପାଇଁ ଯେଉଁ ଆଇନ ପ୍ରଣୟନ କରିଛନ୍ତି ଏ ନେଇ ଦେଶ ଓ ରାଜ୍ୟ ଡ୍ରାଇଭର ସଙ୍ଘ ତୀବ୍ର ବିରୋଧ କରିଛି । ଗତକାଲି ଠାରୁ କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଳକ ଡ୍ରାଇଭର ସଙ୍ଘ କେଗାଁ,ଗୋଳାମୁଣ୍ଡା, ଦଶପୁର,ହଳଦୀ,ଗରଗାଵ ଓ ମହାଳିଙ୍ଗ ଠାରେ ଦଳ ଦଳ ହୋଇ କେନ୍ଦ୍ର ସରକାରଙ୍କ ଆଇନକୁ ବିରୋଧ କରି ଷ୍ଟେରିଙ୍ଗ ଛାଡ଼ ଆନ୍ଦୋଳନ କରିଥିବା ଦେଖିବାକୁ ମିଳିଛି । ଏହାର ପ୍ରଭାବରେ ଭାରିଜାନ ଗୁଡିକ ଠାରୁ ଆରମ୍ଭ କରି ଅଟୋ ଗାଡି ପର୍ଯ୍ୟନ୍ତ ସବୁ ଠପ ହୋଇ ପଡିରହିଛି । ଗାଡିମୋଟର ବନ୍ଦ ହେବା ଯୋଗୁଁ ପେଟ୍ରୋଲ ଡିଜେଲ ସହ ଖାଉଟି କ୍ଷେତ୍ରରେ ଅନେକ ସମସ୍ୟା ଦେଖା ଦେବାହେତୁ ଜନସାଧାରଣ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏ ପଟେ ଡ୍ରାଇଭର ସଙ୍ଘ କହିବାନୁଯାଇ କେନ୍ଦ୍ର ସରକାର ପ୍ରଣୟନ କରିଥିବା ଆଇନକୁ ପ୍ରତ୍ୟାହାର ନ କରନ୍ତି ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସରକାରଙ୍କୁ ଚେତାବନୀ ଦେଇଛନ୍ତି ।
ଧର୍ମଗଡ଼ ଉପଖଣ୍ଡ ପ୍ରତିନିଧି କପୁର ଚନ ସେଠିଆ ଙ୍କ ରିପୋଟ ଜାଗ୍ରତ ଭାରତ ନିୟୁଜ