ଯେଉଁ ମାନେ ଦୃଷ୍ଟିହୀନ ସେହି ମାନେ କରୁଛନ୍ତି ସଡ଼କ ସୁରକ୍ଷା ଅଭିଯାନ, ଆଜି ଥିଲା କେନ୍ଦ୍ରାପଡ଼ା ଜିଲ୍ଲାରେ ଏହିପରି କିଛି ନୂଆ କାର୍ଯ୍ୟକ୍ରମ। ଏବେ ସାରା ରାଜ୍ୟରେ ସଡ଼କ ସୁରକ୍ଷା ସପ୍ତାହ ପାଳନ କରାଯାଉଥିବା ବେଳେ ଆଜି ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ତରଫରୁ କେନ୍ଦ୍ରାପଡା ସହରର ବିଭିନ୍ନ ସ୍ଥାନରେ ଏହି କାର୍ଯ୍ୟକ୍ରମ ଟିକେ ନୂଆ ଢଙ୍ଗ ରେ ଅନୁଷ୍ଠିତ ହୋଇଛି l ସହର ର ଗୋପ ଛକ,ଶ୍ୟାମସୁନ୍ଦରପୁର ଗଡା, ଦୁହୁରିଆ,ତିନିମୁହାଣି,ଗୁଲନଗର, ପୁରୁଣା ମଟର ଷ୍ଟାଣ୍ଡ , ସାନ୍ତସାହି ଓ ତୁଳସୀ ମହିଳା ମହାବିଦ୍ୟାଳୟ ଛକ ମାନଙ୍କରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମ ରେ ଟ୍ରଷ୍ଟ ର ସଦସ୍ୟ ମାନଙ୍କ ସହିତ କିଛି ଦୃଷ୍ଟିହୀନ ଦିବ୍ୟାଙ୍ଗ ମାନେ ଉପସ୍ଥିତ ଥିଲେ l ସେମାନେ ନିଜେ ନିଜ ଆଖିରେ ଦେଖି ନ ପାରି ମଧ୍ୟ ଅନ୍ୟମାନଙ୍କୁ ଦୁଇ ପଟ ଦେଖି ରାସ୍ତା ପାର ହେବା,ହେଲମେଟ ପିନ୍ଧି ଗାଡି ଚଲେଇବା, ମଦ୍ୟ ପାନ କରି ଗାଡି ନ ଚଲେଇବl, ଗାଡି ଚଲେଇବା ସମୟରେ ମୋବାଇଲ୍ ବ୍ୟବହାର ନ କରିବା, ଚାରିଚକିଆ ଯାନ ଚଲେଇବା ସମୟରେ ସିଟ୍ ବେଲଟ୍ ବାନ୍ଧିବା ଭଳି ସଡ଼କ ସୁରକ୍ଷା ନିୟମ ବିଷୟରେ ଲୋକ ମାନଙ୍କୁ ବୁଝାଇଥିଲେ l ଏହି କାର୍ଯ୍ୟକ୍ରମ ରେ ଟ୍ରଷ୍ଟ ର ସଭାପତି ଶ୍ରୀଯୁକ୍ତ ଦମନ ମହାନ୍ତି ଙ୍କ ବାର୍ତ୍ତା ଥିଲା “ଆମେ ହୋଇଲେ ସଚେତନ, ସଫଳ ହେବ ସଡ଼କ ସୁରକ୍ଷା ଅଭିଯାନ” । ଏହି କାର୍ଯ୍ୟକ୍ରମ ରେ ଟ୍ରଷ୍ଟ ର ସଭାପତି ଦମନ ମହାନ୍ତି ଙ୍କ ସମେତ ଉପ ସଭାପତି ରଶ୍ମି ରଞ୍ଜନ ବାରିକ , ସଂଜୀବ କୁମାର ତରାଇ, ତପନ କୁମାର ନାଥ, ସୁପ୍ରଭାତ ମଲ୍ଲିକ, ଅଜୟ ସେଠୀ, ଦିଲ୍ଲୀପ କୁମାର ନାଥ, ସୁବା ସିଶ ସିଂ, ସଂଗ୍ରାମ କୁମାର ଦାସ, ଭାବଗ୍ରାହୀ ସାହୁ, ମନୋଜ ରାଉତ, ସନ୍ତୋଷ କୁମାର ପଣ୍ଡା, ନିଗମ ସାହୁ ଓ ବଳଦେବ ଜୀଉ ଦିବ୍ୟାଙ୍ଗ ଭଜନ ସନ୍ଧ୍ୟା ର ସଦସ୍ୟ ମାନେ ଉପସ୍ଥିତ ଥିଲେ।