ରଥ କୁ ବନ୍ଦାପନା କରି ନିଜ ନିଜର ଭକ୍ତି ଅର୍ଘ୍ୟ ଗୁଆ ଚାଉଳ ପଠାଇଲେ ଭକ୍ତବୃନ୍ଦ
ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ନୂଆହତା ପଞ୍ଚାୟତ ରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରିକ୍ରମା ଅର୍ପଣ ରଥ ଭ୍ରମଣ ଆରମ୍ଭ ହୋଇଛି। ଏହିପରି ରଥ ଅନୁଗୋଳ ର ବିଭିନ୍ନ ପଞ୍ଚାୟତରେ ସମସ୍ତ ଗ୍ରାମ ବୁଲି ଶ୍ରୀମନ୍ଦିର ପ୍ରକଳ୍ପ ଶୁଭାରମ୍ଭ ନିମନ୍ତେ ଗୁଆ ଓ ଚାଉଳ ସଂଗ୍ରହ କରିବେ।ଏହି ପରିକ୍ରମା ରଥକୁ ବଅଁରପାଳ ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ଦ୍ଵାରା ଶୁଭାରମ୍ଭ ହୋଇଥିଲା। ନୂଆହତା ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ରୁନୁବାଳା ଧିର ଉପସ୍ଥିତ ରହିବା ସହ ପୂର୍ବତନ ସରପଞ୍ଚ ଉତ୍ସବ ଦେହୁରୀଙ୍କ ଅଧ୍ୟକ୍ଷତାରେ ଗ୍ରାମର ପ୍ରଥମଃ ଦିନର ପରିକ୍ରମା ଅର୍ପଣ ରଥ ଭ୍ରମଣ କରିଥିଲା । ଅନ୍ୟମାନଙ୍କ ମଧ୍ୟରେ ଗ୍ରାମ ସମିତିସଭ୍ଯ ଶ୍ରୀମତୀ ଅଞ୍ଜଳି ଦଳବେହେରା, ପୁର୍ବତନ ସରପଞ୍ଚ ସଚିଦାନଁଦ ବେହେରା , ଅନୁଗୋଳ ଜିଲ୍ଲା ଯୁବ ବିଜେଡ଼ି ସମ୍ପାଦକ ସୁଶାନ୍ତ ସିଂହ, ପଞ୍ଚାୟତ ନିର୍ବାହୀ ଅଧିକାରୀ , ଏମ ବି କେ, ସି ଆର ପି,, ଇସି ସଦସ୍ୟ, ମହିଳା ସଂଗଠନ ଓ ବିଭିନ୍ନ ପ୍ରାନ୍ତରୁ କୀର୍ତ୍ତନ ମଣ୍ଡଳୀ ଦ୍ଵାରା ଗୀତ ଗାନ କରି ମହାପ୍ରଭୁ ନାମ ନେଇ ହରିବୋଲ ହୁଳହୁଳି ଦେଇ ଗ୍ରାମରେ ଭ୍ରମଣ କରିଥିଲେ।