ଯାଜପୁର ଜିଲ୍ଲାରେ ନୂତନ ଜିଲ୍ଲାପାଳ ଭାବେ ଡଃ ଶୁଭଙ୍କର ମହାପାତ୍ର ଯୋଗଦେଇଥିବା ପ୍ରକାଶ। ସେ ପୃର୍ବରୁ ରାଉରକେଲା ମ୍ୟୁନିସିପାଲ କର୍ପୋରେସନର ଅଧ୍ୟକ୍ଷ, ରାଉରକେଲା ଏଡିଏମ୍, ରାଉରକେଲା ଉନ୍ନୟନ ପ୍ରାଧିକରଣର ସମ୍ପାଦକ ଓ ରାଉରକେଲା ସ୍କାର୍ଟ ସିଟିର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟରତ ୨୦୧୮ ବ୍ୟାଚର ଯୁବ ଓଡିଆ ଆଇଏଏସ୍ ଡଃ ଶୁଭଙ୍କର ମହାପାତ୍ର ଯାଜପୁର ଜିଲ୍ଲାର ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଭାବେ ନୂତନ ନିଯୁକ୍ତି ମିଳିଥିବା ପ୍ରକାଶ। ଅନ୍ୟପକ୍ଷରେ ଦୁଇ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ଯାଜପୁର ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଭାବେ କାର୍ଯ୍ୟରତ ଚକ୍ରବର୍ତ୍ତୀ ସିଂ ରାଠୋରଙ୍କୁ ପଞ୍ଚାୟତିରାଜ ଓ ପାନୀୟ ଜଳ
ବିଭାଗର ଯୁଗ୍ମ ସଚିବ ଭାବେ ନିଯୁକ୍ତି କରାଯାଇଛି।ଏହି ଅବସରରେ ଡଃ ଶୁଭଙ୍କର ମହାପାତ୍ର ଓ ଶ୍ରୀ ରାଠୋରଙ୍କୁ ହାର୍ଦିକ ଶୁଭେଛା ଓ ଅଭିନନ୍ଦନ ଅଞ୍ଚଳବାସିଙ୍କ ପକ୍ଷରୁ କରାଯାଇଛି।
ଯାଜପୁର ରୁ ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ