ଅମ୍ବାଭୋନା ୨୨/୧/୨୪ ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକର କପାଶିରା ଗ୍ରାମ ରେ ସାଇ ମନ୍ଦିର ପ୍ରାଙ୍ଗଣରେ ଶ୍ରୀ ଗୁରୁ ଭାଗବତ ପାରାୟଣ ହୋଇଯାଇଛି। ଆଜି ଅଯୋଧ୍ୟା ରେ ରାମ ମନ୍ଦିର ପ୍ରତିଷ୍ଠା ଏବଂ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀ ରାମ, ଲକ୍ଷ୍ମଣ ଓ ମାତା ସୀତା ଙ୍କ ପ୍ରାଣ ପ୍ରତିଷ୍ଠା ରେ ଗାଁ ରୁ ସହର ସବୁଆଡ଼େ ଉତ୍ସବ ମୁଖରିତ। ଗାଁ ଗାଁ ରେ ପୁରପଲ୍ଲୀରେ ଭଜନ କୀର୍ତ୍ତନ ଚାଲୁଥିବା ବେଳେ ସେହିପରି କପାଶିରା ଗ୍ରାମ ରେ ମଧ୍ଯ ସାଇ ମନ୍ଦିର ଆନୁକୁଲ୍ୟରେ ଶ୍ରୀ ଗୁରୁ ଭାଗବତ ପାରାୟଣ ହୋଇଯାଇଛି। ଏହି ଉତ୍ସବ ରେ ଶ୍ରୀ ସିରିଡ଼ି ସାଇ ମାଙ୍ଗଲ୍ଯ କ୍ଷେତ୍ର ସୋନପୁର ରୁ ଚାରୁଦତ୍ତ ମିଶ୍ର , ଶ୍ରୀମତୀ ଦୀପାଳି ମିଶ୍ର ପ୍ରବୀଣ ପତି, ଅର୍ଜୁନ ନନ୍ଦ ଓ ତ୍ରିବିକ୍ରମ ଷଣ୍ଢ ଙ୍କ ସମେତ ଶ୍ରୀ ଗୁରୁ ଭାଗବତ ମହିମା ଟୁଙ୍ଗି ସିଂପାଲି ଅତାବିରା ରୁ ମୁରଲୀ ମେହେର, ଶେଷଦେବ ମେହେର , ବରଗଡ଼ ସାଇ ପରିବାର ରୁ ସୁଧିର ତ୍ରିପାଠୀ ଓ ମାନସ ଚାନ୍ଦ ପାରାୟଣ ରେ ଯୋଗଦେଇ ସମସ୍ତ ଶ୍ରଦ୍ଧାଳୁ ଭକ୍ତ ମାନଙ୍କୁ ଉତ୍ସାହିତ କରିବା ସହିତ ଶ୍ରୀ ଗୁରୁ ଭାଗବତ ପାରାୟଣ କରିଥିଲେ। କପାଶିରା ସାଇ ମନ୍ଦିର କମିଟିର ସଭାପତି କ୍ରୁଷ୍ଣ ଚନ୍ଦ୍ର ସାହୁ ଙ୍କ ତତ୍ତ୍ବାବଧାନ ରେ ସମସ୍ତ ସଦସ୍ଯ ସଦସ୍ଯା ସହଯୋଗ କରିଥିଲେ।ଏହି ପରିପ୍ରେକ୍ଷୀରେ ଶ୍ରୀ ସିରିଡ଼ି ସାଇ ମାଙ୍ଗଲ୍ଯ କ୍ଷେତ୍ର ସୋନପୁର ର ଚାରୁଦତ୍ତ ମିଶ୍ର ସମସ୍ତ ଶ୍ରଦ୍ଧାଳୁ ମାନଙ୍କୁ ଶ୍ରୀ ଗୁରୁ ଭାଗବତ ଉପରେ ବୁଝାଇ ଥିଲେ। ଏବଂ ଡ: ଚନ୍ଦ୍ରଭାନୁ ଶତପଥୀଙ୍କ ରଚିତ ଶ୍ରୀ ଗୁରୁ ଭାଗବତ ପାରାୟଣ ରେ ଗୁରୁ ଶିଷ୍ଯ ର ପରମ୍ପରା ଉପରେ ଆଧାରିତ ଏକ ଆଧ୍ଯାତ୍ମିକ ପରିବେଶ ସ୍ରୁଷ୍ଟି କରିବା ପାଇଁ ଗୁରୁ ଙ୍କ ର ପରିଚୟ, ଉତ୍ତମ ଭକ୍ତର ଭକ୍ତି ର ପରିଚୟ, ଜୀବନ ରେ ସଦଗୁରୁ ଙ୍କ ଆବଶ୍ଯକତା, ପୌରାଣିକ ତଥ୍ଯ, ଅନ୍ଧ ବିଶ୍ବାସ ର ଦୂରୀକରଣ, ମ୍ରୁତ୍ୟୁ ବିଦ୍ଯା ଏମିତି ଅନେକ କିଛି ବ୍ଯାଖ୍ଯା କରିଛନ୍ତି ବୋଲି କହିଥିଲେ । ଆହୁରି ମଧ୍ଯ ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ଗ୍ରନ୍ଥ ରୁ ପ୍ରଭାବିତ ହୋଇ ଜୁଲାଇ ୧୩ ତାରିଖ କୁ ଶ୍ରୀ ଗୁରୁ ଭାଗବତ ଦିବସ ରୂପେ ପାଳନ କରୁଛନ୍ତି ଓ ଚାଇନା ମଧ୍ଯ ପ୍ରଭାବିତ ହୋଇ ଚାଇନିଜ୍ ଭାଷାରେ ପ୍ରଚାର ପ୍ରସାର କରୁଛନ୍ତି ବୋଲି କହିଥିଲେ। ଶେଷ ରେ ସମସ୍ତେ ପ୍ରସାଦ ସେବନ କରିଥିଲେ।ପ୍ରକାଶ ଚନ୍ଦ୍ର ରଥ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍
