Search
Close this search box.

ସୁଧନଗର ଗ୍ରାମକୁ ରାଜସ୍ୱ ଗ୍ରାମର ମାନ୍ୟତା ଦାବିରେ ଭୋଟ ବର୍ଜନ ନିଷ୍ପତି

କଟକ ଜିଲ୍ଲା ନିଆଳି ବ୍ଲକ ଅନ୍ତର୍ଗତ ପଡ଼ାଗ୍ରାମ ସୁଧାନଗରକୁ ରାଜସ୍ୱ ଗ୍ରାମର ମାନ୍ୟତା ନମିଳିଲେ ଗ୍ରାମବାସୀ ଆସନ୍ତା ସାଧାରଣ ନିର୍ବାଚନରେ ସମୁହ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି । ଏନେଇ ଗ୍ରାମବାସୀ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।
ସୂଚନା ଅନୁସାରେ, ଦୀର୍ଘଦିନ ହେଲା ପଡ଼ାଗ୍ରାମ ସୁଧାନଗରକୁ ରାଜସ୍ୱ ଗ୍ରାମର ମାନ୍ୟତା ଲାଗି ଲୋକେ ଦାବି କରି ଆସୁଛନ୍ତି ।ରାଜ୍ୟ ସରକାର ୨୦୨୧ ଜୁଲାଇ ୨୮ ତାରିଖରେ (ଚିଠି ନିମ୍ବର-୨୧୯୧୨) ପଡାକୁ ରାଜସ୍ୱ ଗ୍ରାମର ମାନ୍ୟତା ଦେବା ଲାଗି ବିଜ୍ଞପ୍ତି ପ୍ରକାଶ କରିଥିଲେ । ରାଜ୍ୟ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ସମସ୍ତ ସର୍ତ୍ତାବଳୀକୁ ବହୁ ଅଧିକ ମାତ୍ରାରେ ପୂରଣ କରୁଥିଲେ ମଧ୍ୟ ଏହି ପଡାଗ୍ରାମକୁ ରାଜସ୍ୱ ଗ୍ରାମର ମାନ୍ୟତା ମିଳୁନାହିଁ । ଏହି ପଡାଗ୍ରାମକୁ ରାଜସ୍ୱ ଗ୍ରାମର ମାନ୍ୟତା ଦେବାକୁ ନିଆଳି ବିଧାୟକ ଡା. ପ୍ରମୋଦ ମଲ୍ଲିକ, ତତକାଳୀନ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ, ନିଆଳି ତହସିଲଦାର ସୁପାରିଶ କରିଥିଲେ । ମାତ୍ର ଅଦ୍ୟାବଧି ଏହାକୁ ରାଜସ୍ୱ ଗ୍ରାମର ମାନ୍ୟତା ମିଳିପାରିନାହିଁ ।
ଏଣୁ ଏହି ପ୍ରଶାସନିକ ଅନ୍ୟାୟକୁ ବିରୋଧ କରି ପଡାଗ୍ରାମ ସୁଧାନଗରର ସମସ୍ତ ୩ଟି ଯାକ ୱାର୍ଡର ଜନସାଧାରଣ ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନକୁ ସମୁହ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

Recent Post

Live Cricket Update

You May Like This

× How can I help you?