ସମାଜ ପାଇଁ ପ୍ରେରଣା ସାଜିଲେ ନବଦମ୍ପତି
ଅନୁଗୋଳ ଜିଲ୍ଲା ରକ୍ତ ଭଣ୍ଡାର ଠାରେ ନବ ଦମ୍ପତି କଲେ ରକ୍ତ ଦାନ । ସୂଚନା ଯେ, ଅନୁଗୋଳ ଜିଲ୍ଲା ବାରଗୌଣିଆ ଗ୍ରାମର କୁମଦ ସାହୁ ଗତ କାଲି ରାଣୀଗୋଡା ଗ୍ରାମର ପଙ୍କଜିନି ସାହୁ ଙ୍କୁ ବିବାହ କରିଥିଲେ। ଦୁହେଁ ବିବାହର ପରେ ଜୀବନ ଯାପନ ଆରମ୍ବ କରିବା ପୂର୍ବରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ର ରକ୍ତ ଭଣ୍ଡାର ଗୃହ କୁ ଆସି ରକ୍ତ ଦାନ କରିଥିଲେ। ରକ୍ତ ଦାନ କରିବା ଦ୍ୱାରା ଅନ୍ୟ ମାନଙ୍କୁ ପ୍ରେରଣା ଦେବ ବୋଲି କୁମଦ କହିଛନ୍ତି।