ଜଗତସିଂହପୁର ଥାନା ଅନ୍ତର୍ଗତ ତର୍ତ୍ତଙ୍ଗ ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ତର୍ତ୍ତଙ୍ଗ ଗ୍ରାମର ଶମ୍ଭୁନାଥ ଭୋଇ ଙ୍କ ଷୋଳ ବର୍ଷୀୟା ଝିଅ ସନ୍ଧ୍ୟାରାଣୀ ପୂର୍ବାହ୍ନ ରେ ନିକଟ ସମ୍ପର୍କୀୟ ଆଇ ମା ର ଶୁଦ୍ଧିକ୍ରିୟା ନିମନ୍ତେ ଘରର ଲୁଗାପଟା ସଫା କରିବା ସହିତ ଗଧଇବାକୁ ତର୍ତ୍ତଙ୍ଗ ପଞ୍ଚାୟତ ପାଖରୀକୁ ସାଙ୍ଗସାଥି ମାନଙ୍କ ସହିତ ଯାଇଥିଲା | ସେଠାରେ ସନ୍ଧ୍ୟାରାଣୀ ଙ୍କର ଆଗଭୀର ପାଣିରେ ଗୋଡ଼ ଖସିଯିବାରୁ ବୁଡି ଯାଇଥିଲେ |ହେଲେ ତାହା ପରେ ସନ୍ଧ୍ୟାରାଣୀ ଙ୍କୁ ସାଙ୍ଗସାଥି ମାନେ ପାଇନଥିଲେ | ଆଖ ପାଖ ଲୋକମାନଙ୍କୁ ଡାକ ପକାଇଥିଲେ | ପଡିଶା ଘର ଲୋକମାନେ ବିଳମ୍ବରେ ଆସି ପାଣି ରେ ଅନେକ ଖୋଜା ଖୋଜି କରିବା ପରେ ସନ୍ଧ୍ୟା ରାଣୀ ଙ୍କୁ ପାଣିରୁ ଉଦ୍ଧାର କରିଥିଲେ ସତ କିନ୍ତୁ ସେତବେଳକୁ ସନ୍ଧ୍ୟାରାଣୀ ମୃତ୍ୟୁ ବରଣ କରିଥିଲା | କୋମଳମତି ଛାତ୍ରୀ ସନ୍ଧ୍ୟାରାଣୀ ଙ୍କୁ ହରାଇ ବାପ, ମା, ସାହିପଡିଶା ଲୋକ ଅତ୍ୟନ୍ତ ମର୍ମାହତ | ଏଥିନେଇ ଗାଁ ଶୋକାକୁଳ ପରିବେଶ ଦେଖାଦେଇଛି |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ