ବଅଁରପାଳ ଥାନା ଅନ୍ତର୍ଗତ ତୁଳସୀପାଳ ଗ୍ରାମର ର ଜଣେ ବିବାହିତା ମହିଳା ଶାରିରିକ ଓ ଯୌତୁକଜନିତ ନିର୍ଯାତନା ଅଭିଯୋଗ ନେଇ ଥାନା ଦ୍ୱାରସ୍ଥ । ସୂଚନା ମୁତାବକ ଏନ୍ ଣ୍ଟି ପି ସି ଅଞ୍ଚଳର ଆମ୍ବପାଳ ଗ୍ରାମର ଶୁଭସ୍ମିତା ନାମ୍ନୀ ଜଣେ ଯୁବତୀ ବୈଦିକ ରୀତିରେ ୨୦୨୦ ମସିହା ଜୁନ୍ ମାସରେ ତୁଳସୀପାଳ ଗ୍ରାମର ସୁନୀଲ ଦାସ ଙ୍କ ପୁଅ ଅନିଲ ଦାସଙ୍କୁ ବିବାହିତ କରିଥିଲେ। ବିବାହର ଦୁଇ ବର୍ଷ ପର୍ଯ୍ୟନ୍ତ ସୁରୁଖୁରୁରେ ଚାଲିଥିଲା। ଏଥିମଧ୍ୟରେ ତାଙ୍କର୍ ଏକ ପୁତ୍ରସନ୍ତାନ ଜନ୍ମ ଗ୍ରହଣ କରିଥିଲେ। ଏହାପରେ ପରିବାର ମଧ୍ୟରେ କଳହ ସୃଷ୍ଟି ହୋଇଥିଲା। ଶୁଭସ୍ମିତାଙ୍କ ଲିଖିତ ସୂଚନା ମୁତାବକ ଯୌତୁକ ନିର୍ଯ୍ୟାତନା ଦେବା ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ଶାରିରିକ ନିର୍ଯ୍ୟତନା ଦେବା ଆରମ୍ଭ କରିଥିଲେ। ଶେଷରେ ଶୁଭସ୍ମିତା ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଏଥିନେଇ ଗ୍ରାମରେ ଦୁଇ ପରିବାର ଓ ଭଦ୍ରଲୋକ ମାନଙ୍କ ଉପସ୍ଥିତିରେ ବୈଠକ କରି ସମାଧାନ କରିଥିଲେ। ଆଜିକୁ ପ୍ରାୟ ଚାରିଦିନ ହେବ ନିର୍ଯାତନା ବଢ଼ିଯିବା ଦ୍ଵାରା ଶୁଭସ୍ମିତା ପରିବାର ଆସି ପୁଣି ସମାଧାନ କରି ଘରକୁ ଫେରିଥିଲେ। କିନ୍ତୁ ଶିବରାତ୍ରି ରାତି ରେ ଘର ଲୋକେ ପୁଣି ନିର୍ଯାତନା ଦେବାରୁ ରାତିଅଧରେ ଶୁଭସ୍ମିତା ସାନ ଦିଅର ମୋବାଇଲ ନେଇ ବାପା ମା ଙ୍କୁ ଜଣାଇଥିଲେ। ପରିବାର ଲୋକେ ଝିଅ ଘରେ ପହଞ୍ଚି ଥାନାରେ ମାମଲା କରିବାକୁ କହିବାରୁ ଶୁଭସ୍ମିତାଙ୍କ ପରିବାରଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ। ଜୀବନ ବଞ୍ଚାଇବା ପାଇଁ ଗ୍ରାମରୁ ଦୌଡ଼ି ପଳାଇ ଥାନାରେ ଅଭିଯୋଗ କରିଥିଲେ। ଥାନାରେ ଲିଖିତ ଅଭିଯୋଗ ପରେ ଥାନା ପକ୍ଷରୁ ଏକ ମାମଲା ରୁଜୁ ତଦନ୍ତ ଆରମ୍ଭ କରିଛନ୍ତି।