#ନୂଆଦଲ୍ଲୀ(ଏନ.ଏନ.): ଦେଶର ସାଧାରଣ ନବାଚନ ପାଇଁ ଆଜି ତାରିଖ ଘୋଷଣା ହୋଇଛି । ମୁଖ୍ୟ ନିର୍ବାଚନ କମିଶନ ରାଜୀବ କୁମାର ଓ ଦୁଇ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଏବଂ ସୁଖବୀର ସିଂହ ସାନ୍ଧୁ ମିଳିତ ଭାବେ ସାମ୍ବାଦିକ ସମ୍ମିଳନୀ କରି ନିର୍ବାଚନ ତାରିଖ ଘୋଷଣା କରିଛନ୍ତି । ଦେଶର ମୋଟ ୫୪୩ ଲୋକସଭା ଆସନ ପାଇଁ ୭ଟି ପର୍ଯ୍ୟାୟରେ ଭୋଟିଂ ହେବ । ପ୍ରଥମ ପର୍ଯ୍ୟାୟ ଭୋଟି ଏପ୍ରିଲ ୧୯ରୁ ଆରମ୍ଭ ହେବ । ସେହିପରି ଦ୍ବିତୀୟ ପର୍ଯ୍ୟାୟ ଭୋଟ ଏପ୍ରିଲ ୨୬, ତୃତୀୟ ପର୍ଯ୍ୟାୟ ଭୋଟ ମେ’ ୭, ୪ର୍ଥ ପର୍ଯ୍ୟାୟ ଭୋଟ ମେ’ ୧୩, ୫ମ ପର୍ଯ୍ୟାୟ ଭୋଟ ୨୦, ୬ଷ୍ଠ ପର୍ଯ୍ୟାୟ ଭୋଟ ମେ’ ୨୫ ଓ ଶେଷ ପର୍ଯ୍ୟାୟ ଭୋଟ ଜୁନ ୧ରେ ଅନୁଷ୍ଠିତ । ଆଜି ନିର୍ବାଚନ କମିଶନ ଲୋକସଭା ବ୍ୟତୀତ ୪ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ମଧ୍ଯ ତାରିଖ ଘୋଷଣା କରିଛନ୍ତି । ଓଡ଼ିଶା, ଅରୁଣାଚଳ ପ୍ରଦେଶ, ସିକ୍କିମ ଓ ଆନ୍ଧ୍ରପ୍ରଦେଶ ବିଧାନସଭା ନିର୍ବାଚନ ମଧ୍ଯ ଲୋକସଭା ନିର୍ବାଚନ ସହ ସମାନୁରଳ ଭାବେ ଅନୁଷ୍ଠିତ ହେବ । ସେହିପରି ବିଭିନ୍ନ ରାଜ୍ୟରେ ଖାଲି ପଡ଼ିଥିବା ୨୬ଟି ବିଧାନସଭା ଆସନ ପାଇଁ ଉପ ନିର୍ବାଚନ ହେବ । ମୁଖ୍ୟ ନିର୍ବାଚନ କମିଶନ ଶ୍ରୀ କୁମାରଙ୍କ ଘୋଷଣା ଅନୁଯାୟୀ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ଭୋଟ ହେବ । ମେ’ ୧୩, ମେ ୨୦, ମେ’ ୨୫ ଓ ଜୁନ ୧ରେ ଓଡ଼ିଶାବାସୀ ସମସ୍ତ ୧୪୭ଟି ଆସନ ପାଇଁ ଭୋଟ ଦେବେ । ଜୁନ ୪ରେ ଗଣତି ଆରମ୍ଭ ହେବ।