ଜଗତସିଂହପୁର ତା =16/3/24
ଓଡିଶା ତାଇକୋଣ୍ଡା ସଂଘ ତରଫରୁ ପୁରୀ ସଂସ୍କୃତି ଭବନ ପରିସରରେ ବାର୍ଷିକ ସାଧାରଣ ପରିଷଦ ବୈଠକ ଓ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି | ଏହି ବୈଠକରେ ଜାତୀୟ ତାଇକୋଣ୍ଡା ମହାସଂଘ ଯୁଗ୍ମ ସମ୍ପାଦକ ଅଜୟ କୁମାର ଦଲାଲ ଯୋଗଦେଇ ଓଡିଶା ରେ ତାଇକୋଣ୍ଡା ର ପ୍ରଚାର ପ୍ରସାର ଏବଂ ଅଗ୍ରଗତି ନିମନ୍ତେ ରାଜ୍ୟ ତାଇକୋଣ୍ଡା ସଂଘ ର କର୍ମକର୍ତ୍ତା ଚୟନ କରାଯାଇଥିଲା | ରାଜ୍ୟ ସଭାପତି ଭାବେ ବ୍ୟାମକେଶ ଅଭିଳାଷ ପ୍ରସାଦ, ସମ୍ପାଦକ ଭାବେ ମନମୋହନ ଭଞ୍ଜ, କୋଷାଧକ୍ଷ ଭାବେ କେ ମନୋଜ କୁମାର ନିର୍ବାଚିତ ହୋଇଥିବା ବେଳେ ରାଜ୍ୟ ରେ ସମସ୍ତ ଜ଼ିଲ୍ଲା କୁ କ୍ରିୟାଶୀଳ କରିବା ନିମନ୍ତେ ରାଜ୍ୟ ରେ ଉଣେଇସି ଗୋତି ଜ଼ିଲ୍ଲା ନିମନ୍ତେ ସମ୍ପାଦକ ଚୟନ କରାଯାଇଥିଲା |ଜଗତସିଂହପୁର ଜ଼ିଲ୍ଲା ବାଲିକୁଦା ବ୍ଲକ ତରାସାହି ଗ୍ରାମରେ କ୍ରୀଡ଼ାବିତ ମନ୍ମଥ କୁମାର ବାରିକ ସର୍ବ ସଂମ୍ମତି କ୍ରମେ ରାଜ୍ୟ ତାଇକୋଣ୍ଡା ସଂଘ ର କାର୍ଯ୍ୟକାରୀ କମିଟି ସଦସ୍ୟ ଭାବେ ମନୋନୀତ ହେବା ସହିତ ଜଗତସିଂହପୁର ଜ଼ିଲ୍ଲା ତାଇକୋଣ୍ଡା ସଂଘ ର ସମ୍ପାଦକ ଭାବେ ଜାତୀୟ ତାଇକୋଣ୍ଡା ସଂଘ ଯୁଗ୍ମ ସମ୍ପାଦକ ଅଜୟ କୁମାର ଦଲାଲ ମନୋନୀତ କରିଥିବାରୁ ଜଗତସିଂହପୁର ଜ଼ିଲ୍ଲା ବାସୀଙ୍କ ପକ୍ଷରୁ ହାର୍ଦ୍ଧିକ ଅଭିନନ୍ଦନ ଜଣାଇଛନ୍ତି |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ