ଜଗତସିଂହପୁର,
ଦେଶ ସ୍ୱାଧୀନ ହେବାର 76ବର୍ଷ ବିତିଯାଇଥିଲେ ମଧ୍ୟ୍ୟ କାଁପୁର ଭୋଇ ସାହିକୁ ଯାତାୟତ କରିବାକୁ ରାସ୍ତାଟିଏ ନାହିଁ | ଯେଉଁଥି ପାଇଁ ଭୋଇ ସାହିର ଶତାଧିକ ଜନ ସାଧାରଣ ବନ୍ଦୀ ଅବସ୍ଥାରେ ବସବାସ କୁରୁଛନ୍ତି | ଅନେକ ଦିନ ହେବ ସମସ୍ୟା ର ସମାଧାନ ପାଇଁ ଜ଼ିଲ୍ଲା ପ୍ରଶାସନ କୁ ଅବଗତ କରାଯାଇଥିଲେ ମଧ୍ୟ୍ୟ ସମସ୍ୟା ସମାଧାନ ହୋଇନାହିଁ | ତେବେ ଭୋଇ ସାହି ବସ୍ତି ବାସିନ୍ଦା ଙ୍କ ସମସ୍ୟା ସମାଧାନ ନ ହେଲେ ଚଳିତ ନିର୍ବାଚନ ରେ ସମୂହ ଭୋର୍ଟ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି |
ଖବର ନେବାରେ ଜଣାଯାଇଛି ଜଗତସିଂହପୁର ବ୍ଲକ ପିତେଇପୁର ପଞ୍ଚାୟତ କାଁପୁର ଭୋଇ ସାହି କୁ ଯାତାୟତ ନିମନ୍ତେ ରାସ୍ତା ନ ଥିବାରୁ ବିଗତ ବର୍ଷ ଦିଗିପୋଲ ନିକଟରୁ ଭୋଇ ସାହିକୁ ମହାତ୍ମା ଗାନ୍ଧୀ ଜାତୀୟ କର୍ମ ନିଯୁକ୍ତି ଯୋଜନାରେ ସରକାରୀ ଜମି ଉପରେ ରାସ୍ତା ନିର୍ମାଣ କରାଯାଇଥିଲା | ହେଲେ କେତେକ ଖଳ ପ୍ରକୁତିର ଲୋକ ସରକାରୀ ଜମିକୁ ଦଖଲ କରି ବଳପୁର୍ବକ ଭେଡା ବୁଜି ଅବରୋଧ କରିଥିବାରୁ ଭୋଇ ସାହି ବସ୍ତି ବାସିନ୍ଦା ଯାତାୟତ କରିପାରୁନାହାନ୍ତି |ଏ ସମ୍ପର୍କ ରେ ଜ଼ିଲ୍ଲାପାଳ, ତହସିଲଦାର କୁ ସମସ୍ତ ବିଷୟ ଅବଗତ କରିଥିଲେ ସୁଦ୍ଧା ସ୍ଥାୟୀ ସମାଧାନ ହୋଇନାହିଁ | ଏହାର ପ୍ରତିବାଦ ରେ ଚଳିତ ବର୍ଷ କାଁପୁର ଭୋଇ ସାହି ବସ୍ତି ବାସିନ୍ଦା ସାମୂହିକ ଭାବେ ବିଧାନସଭା ଓ ଲୋକ ସଭା ଭୋର୍ଟ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ