ଅନୁଗୋଳ, ୦୨/୦୪- ଜିଲ୍ଲା ସ୍ତରୀୟ ଓଡିଶା ଦିବସ ଓ ଜିଲ୍ଲା ପ୍ରତିଷ୍ଠା ଦିବସ ପାଳିତ । ୮୯ତମ ପବିତ୍ର ଓଡିଶା ଦିବସ ଓ ଜିଲ୍ଲା ପ୍ରତିଷ୍ଠା ଦିବସ ଆଜି ପୂର୍ବାହ୍ନରେ ଅନୁଗୋଳରେ ନିର୍ବାଚନ ଆଚରଣ ବିଧି ମୁତାବକ ପାଳିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀ ଅବ୍ଦାଲ୍ ଏମ୍ ଅଖ୍ତାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ଦିବସ ପାଳନ ଊପଲକ୍ଷେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ ସ୍ଥାନୀୟ ଗୋପବନ୍ଧୁ ପାର୍କ ଠାରେ ଥୂବା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତୀ ଓ ବରପୁତ୍ରମାନଙ୍କ ଫଟୋଚିତ୍ରରେ ରେ ପୁଷ୍ପାର୍ଘ୍ୟ ପ୍ରଦାନ କରିଥିଲେ ।ଅନୁଗୋଳ ଉଚ୍ଚ ବିଦ୍ୟାଳର ଛାତ୍ର ଛାତ୍ରୀମାନଙ୍କ ଦ୍ବାରା ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତ ଗାନ କରାଯାଇଥିଲା ।ପରେ ପରେ ଜିଲ୍ଲାପାଳ ସ୍ଥାନୀୟ ସଭାଘର ସ୍ଥିତ ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତୀରେ ମଧ୍ୟ ମାଲ୍ୟାର୍ପଣ କରିଥିଲେ ।
ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ କାର୍ଯ୍ୟ ନିର୍ବାହୀ ଅଧ୍ବକାରୀ ଶ୍ରୀ ହେମନ୍ତ କୁମାର ସିଂହ ଓ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ପ୍ରୀତିମୟ ଗାନ୍ଧୀ ପାର୍କଠାରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିଥିଲେ । ସହରରେ ଥିବା ଉତ୍କଳ ଗୈରବ ମଧୁସୁଦନ ଦାସ, ରାଧାମୋହନ ଗଡନାୟକ, ବିଜୁ ପଟ୍ଟନାୟକ , ରାଜା ସୋମନାଥ ସିଂ ଜଗଦେବ, ଡ. ଭୀମ ରାଓ ଆମ୍ୱେଦକର, ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ସମେତ ସମସ୍ତ ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତୀ ଓ ବାଜି ରାଉତ ଛାତ୍ରାବାସ ଠାରେ ନବକୃଷ୍ଣ ଚୌଧୁରୀ ଓ ମାଳତୀ ଦେବୀଙ୍କ ସମାଧି ପିଠରେ ମାଲ୍ୟାର୍ପଣ କରାଯାଇଥିଲା । ପ୍ରତ୍ୟୁଷରୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ବାରା ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତ ଡାକବାଜୀ ଯନ୍ତ୍ର ଯୋଗେ ବଜାଯାଇ ସହର ପରିକ୍ରମା କରାଯାଇଥିଲା । ଏହି ଦିବସ ପାଳନ ସମାରୋହରେ ଡେପୁଟୀ କଲେକ୍ଟର ସ୍ବାହା ମହାନ୍ତି, ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଦୁଃଶାସନ ନାଏକ, ଓଡିଶା ମାଧ୍ୟମିକ ଶିକ୍ଷା ପରିଷର ଅବସରପ୍ରାପ୍ତ ସଭାପତି ଡ. ଧରଣୀଧର ନାଥ, ବିଭିନ୍ନ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ, ବୁଦ୍ଧିଜୀବି, ଗଣ ମାଧ୍ୟମ ପ୍ରତିନିଧି ପ୍ରମୁଖ ଯୋଗ ଦେଇଥିଲେ । ଓଡିଶା ଦିବସ ଓ ଜିଲ୍ଲା ପ୍ରତିଷ୍ଠା ଦିବସ ପାଳନ ଉପଲକ୍ଷେ ସମସ୍ତ ସରକାରୀ କାର୍ଯ୍ୟଳୟଗୁଡିକୁ ଆଲୋକମାଳାରେ ସୁସଜ୍ଜିତ କରାଯାଇଥିଲା ।

/ February 6, 2025
No Comments