ରାୟଗଡାର ପ୍ରସିଦ୍ଧ ଦେବୀ ପୀଠ ମାଁ ମଝିଘରିଆଣୀ ଙ୍କ ଯାତ୍ରା କାଲିଠାରୁ ଆରମ୍ଭ ହୋଇ ୫ ଦିନ ପର୍ଯ୍ୟନ୍ତ ଚାଲିବ। ଆଜି ମାଁ ସୁନା ଅଳଙ୍କାରରେ ଅଳଙ୍କୃତ ହୋଇ ସୁନା ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । ଏହି ସୁନାବେଶରେ ମାଁ ୫ଦିନ ଧରି ଦର୍ଶନ ଦେବେ ଭକ୍ତଙ୍କୁ । ତେବେ ଆଜି ମାଁଙ୍କ ଯାତ୍ରା ପାଇଁ କଳସ ଜଳଯାତ୍ରା ହୋଇଥିବା ବେଳେ ଝ୍ଞ୍ଜାବତି ନଦୀର ଜଳ ଉଠାଇ ଏହି କଳସ ଯାତ୍ରା ସମାପନ ହୋଇଥିଲା । ସୁଦୂର ବ୍ରହ୍ମପୁରରୁ ୯ ଜଣ ପଣ୍ଡିତ ବ୍ରାହ୍ମଣ ଆସି ଏହି ପୂଜା କାର୍ଯ୍ୟରେ ନିୟୋଜିତ ହୋଇଥିବା ବେଳେ ଏହି ଯାତ୍ରାର ସମସ୍ତ ପରିଚାଳନା ଦାୟିତ୍ୱ ମଝିଘରିଆଣୀ ମନ୍ଦିର ଟ୍ରଷ୍ଟର ସଭାପତି ରାଇଶିଂ ବିଡିକାଙ୍କ ନିର୍ଦ୍ଦେଶ କ୍ରମେ ହୋଇଥିବା ବେଳେ କମିଟିର ସଦସ୍ୟ ଦେବେନ୍ଦ୍ର ବେହେରା, ସନ୍ୟାସୀ ରାଜୁ ପ୍ରମୁଖ ସହଯୋଗ କରୁଛନ୍ତି । କାଲିଠାରୁ ମାଁ ଙ୍କ ୫ ଦିନିଆ ଯାତ୍ରା ଆରମ୍ଭ ହେବାକୁ ଥିବା ବେଳେ ବାହାରୁ ଆସୁଥିବା ଭକ୍ତ ମାନଙ୍କ ପାଇଁ ସମସ୍ତ ସୁ ବନ୍ଦୋବସ୍ତ ମନ୍ଦିର ପ୍ରଶାସନ ପକ୍ଷରୁ କରାଯାଇଥିବା ଶ୍ରୀ ବିଡିକା ସୂଚନା ଦେଇଛନ୍ତି ।
ରାୟଗଡ଼ରୁ ମନୋଜ କୁମାର ମିଶ୍ରଙ୍କ ରିପୋର୍ଟ, ଜାଗ୍ରତ ଭାରତ ନ୍ୟୁଜ।
