ରାଷ୍ଟ୍ରୀୟ ମଜଦୂର କଂଗ୍ରେସ ସହବନ୍ଧିତ ନାଲକୋ ଠିକା ଶ୍ରମିକ ସଙ୍ଘ ର ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଛି । ଏଥିରେ ଠିକା ସଙ୍ଘର ସଭାପତି ଅଭୟ ସାମଲ ଙ୍କ ନେତୃତ୍ୱ ରେ ସହସ୍ରାଧିକ ଠିକା ଶ୍ରମିକ ଉପସ୍ଥିତ ଥିଲେ । ଠିକା ଶ୍ରମିକ ମାନଙ୍କର ସୁଖ ଦୁଃଖକୁ ହାତ ଧରି ଆଗକୁ କିପରି ଉର୍ନତି ହୋଇ ପାରିବ ସେ ଦିଗରେ ଆଲୋଚନା ହୋଇଥିଲା । ଆଗାମୀ ଦିନ ରେ ଠିକା ଶ୍ରମିକ ମାନଙ୍କୁ ସବୁ ପ୍ରକାର ସୁବିଧା ମେଡିକାଲ , ଫାଇନାନ୍ସ, ବୋନସ ଇତ୍ୟାଦି ଯୋଗାଇ ଦେବାକୁ ସଙ୍ଘ ପକ୍ଷରୁ ପ୍ରତିଶୃତି ଦେଇଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରୀୟ ମଜଦୂର ସଙ୍ଘ ଓଡିଶା ଶାଖାର ଉପସଭାପତି ମଦନ ମୋହନ ଧଳ,ଠିକା ଶ୍ରମିକ ସଙ୍ଘ ର ଉପଦେଷ୍ଟା ତଥା ନାଲକୋ ଏମ୍ପଲୋୟିଜ ସଙ୍ଘ ର ସଭାପତି ନିର୍ମଳ ସାମଲ, ନାଲକୋ ଶ୍ରମିକ ସଙ୍ଘର ସିପିପି (ସ୍ୱୀକୃତି ପ୍ରାପ୍ତ)ସାଧାରଣ ସମ୍ପାଦକ ବିଭବ ଜେନା, କାର୍ଯ୍ୟକାରି ସଭାପତି ହେମନ୍ତ ପ୍ରଧାନ,ନାଲକୋ ଏମ୍ପଲୋୟିଜ ସଙ୍ଘ ର ସାଧାରଣ ସମ୍ପାଦକ ରଞ୍ଜିତ ସାହୁ, ରାଷ୍ଟ୍ରୀୟ ମଜଦୂର କଂଗ୍ରେସ (ଯୁବ ଶାଖ)ଓଡିଶା ର ସାଧାରଣ ସମ୍ପାଦକ ପ୍ରକାଶ ବେହେରା, ଅନୁସୂଚିତ ଜନଜାତି ସଙ୍ଘର ସଭାପତି ଶ୍ରୀ କେଦାର ଦେହୁରୀ, ସାଧାରଣ ସମ୍ପାଦକ କୃଷ୍ଣ ଜଙ୍କ ଉପସ୍ଥିତ ଥିଲେ । ଶେଷରେ ସଭାପତି ଅଭୟ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ ।

/ February 6, 2025
No Comments