ଦ୍ଵାରି ଗ୍ରାମରେ ଝାଡ଼ା ବାନ୍ତି ହୋଇଥିବାରୁ ହାଇସ୍କୁଲରେ ଅସ୍ଥାୟୀ ମେଡିକାଲ କେମ୍ପ ଡାଇରିଆ ପିଡୀତ ବ୍ୟକ୍ତିଙ୍କ ଚିକିତ୍ସା ପାଇଁ କରାଯାଇଥିଲା । ତେଣୁ ଆଜି ତା ୧୮/୧୦/୨୦୨୪ ଶୁକ୍ରବାର ଦିନ ଅମ୍ବାଭୋନା ବ୍ଳକ ଅନ୍ତର୍ଗତ ଦ୍ୱାରୀ ଗ୍ରାମ ପଞ୍ଚାୟତର ଦ୍ବାରୀ ଗ୍ରାମରେ ଜଳ ବିଶେଷଜ୍ଞ ଦଳ ଆସି ସବୁ ପୋଖରୀ ଓ ନଳକୂପର ଜଳ ସଂଗ୍ରହ କରି ପରୀକ୍ଷାଗାର ନିକଟକୁ ପଠାଇଛନ୍ତି । ପାନୀୟ ଜଳ ବିଭାଗର ଲେବୋଟେରି କେମିଷ୍ଟ ଗୋପାଳ ପଣ୍ଡା, ଦୟାନିଧି ସାହୁ,ବିଷ୍ଣୁପ୍ରିୟା ପଟେଲ,ଆଶାକର୍ମୀ ରୁକ୍ମିଣୀ ପ୍ରଧାନ, ସି ଆର ପି ଯାଜ୍ଞସେନୀ ବୈଗା, ସଂଯୁକ୍ତା ପରୁଆ,ଏମ୍ ବି କେ ସୁରୁବାଲି ଭୁଏ ଗ୍ରାମର ସବୁ ନଳକୂଅ ଓ ପୋଖରୀ ର ଜଳ ସଂଗ୍ରହ କରି ସେହି ଜଳକୁ ଜଳ ବିଶେଷଜ୍ଞ ମାନଙ୍କ ଦ୍ଵାରା ପରୀକ୍ଷା କରାଯିବ ବୋଲିି ସୂଚନା ଦେଇଛନ୍ତି । ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଦ୍ବାରୀକୁ ମଧ୍ୟ ଆସି ଜଳ ସଂଗ୍ରହ କରି ଛାତ୍ର ଛାତ୍ରୀଙ୍କୁ ଦୂଷିତ ପାଣି ନ ପିଇବାକୁ କହିଥିଲେ । ସହକାରୀ ଶିକ୍ଷକ ସ୍ବାଧିନ କୁମାର ସାହୁ ଛାତ୍ରଛାତ୍ରୀମାନଙ୍କୁ ପାଣିକୁ ଫୁଟାଇ ଛାଣି ପିଇବାକୁ କହିଥିଲେ । ସ୍ୱଚ୍ଛ ପରିମଳ ତଥା ସମସ୍ତେ ଶୌଚାଳୟ ବ୍ୟବହାର କରିବା ପାଇଁ, ଶୌଚାଳୟ ଯିବା ପୂର୍ବରୁ ଓ ପରେ ଭଲ ଭାବରେ ହାତ ଗୋଡ଼ ସଫା କରିବା ପାଇଁ ପରାମର୍ଶ ଦେଇଥିଲେ ।