ଭୂବନେଶ୍ୱର, ୦୮/୧୧ : ନୂତନ ବର୍ଷରୁ ରାସନକାର୍ଡ ହିତାଧିକାରୀଙ୍କୁ ମିଳିବ ଗହମ ଏବଂ ଚାଉଳ । ରିପୋର୍ଟ ଆସିବା ପରେ ବଣ୍ଟନ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି । ରାଜ୍ୟରେ କାହାକୁ ଚାଉଳ ଦରକାର ଆଉ କାହାକୁ ଗହମ ଦରକାର । ଜିଲ୍ଲା ଅଧିକାରୀମାନେ ତାହାର ପ୍ରକ୍ରିୟା ଜାରି ରଖିଛନ୍ତି ।
କେତେ ଗହମ ଏବଂ ଚାଉଳ ଦରକାର ରିପୋର୍ଟ ଦେଲା ପରେ କମ୍ପାନୀଙ୍କୁ ଟେଣ୍ଡର ଦିଆଯିବ । ଗହମ ପାଇଁ ଗୋଦାମର ମଧ୍ୟ ଅଭାବ ରହିଛି । ସମସ୍ତ ବ୍ୟବସ୍ଥାକୁ ଦୁଇ ମାସ ସମୟ ସମୟ ଲାଗିବ । ଏହା ପରେ ଆସନ୍ତା ଜାନୁୟାରୀ ପ୍ରଥମ ସପ୍ତାହରେ ହିତାଧିକାରୀଙ୍କୁ ଚାଉଳ ସହ ଗହମ ବଣ୍ଟନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।ରାସନକାର୍ଡରେ ଇ-କେୱାଇସି ପାଇଁ ପ୍ରକ୍ରିୟା ମଧ୍ୟ ଜାରି ରହିଛି । ପାଖାପାଖି ୮୦ ପ୍ରତିଶତ କାମ ସରିଲାଣି । କାମ ସରିଲା ପ୍ରକୃତ ହିତାଧିକାରୀ ଏବଂ ଅଯୋଗ୍ୟ ହିତାଧିକାରୀଙ୍କ ତାଲିକା ପ୍ରକାଶ ପାଇବ ।



