ଜନ୍ମମାଟିର ମୋହରେ ଇଟାଲିରୁ ଆସି ଓଡିଶା ବୁଲିଲେ ବର୍ଷା
କଟକ ତା୧୪.୧୧.୨୪ରିଖ ରହୁଛନ୍ତି ଇଟାଲିରେ । କିନ୍ତୁ ଜନ୍ମମାଟିର ମୋହ ଛାଡି ପାରିନାହାନ୍ତି । ନିଜ ସାଙ୍ଗସାଥୀ ତଥା ଯେଉଁଠାରେ ବଢିଥିଲେ ସେହି ପରିବେଶର ଆକର୍ଷଣର ଛୁଟି ଆସିଛନ୍ତି ସୁଦୂର ଇଟାଲିରୁ । ନାଁ ତାଙ୍କର ବର୍ଷା । ୨୦୧୨ ମସିହାରେ ଇଟାଲିର ଦମ୍ପତି ଏନରିକୋ ଭୋଲପ ଏବଂ ପାଟ୍ରିଜିଆ ଜରଜୋଟି ତାଙ୍କୁ ବସୁନ୍ଧରାରୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଥିଲେ । ବର୍ଷା ବର୍ତମାନ ଇଟାଲିରେ ଇଟାଲି ସରକାରଙ୍କ ସମାଜସେବା ବିଭାଗରେ ପ୍ରଫେସନାଲ କାଉନସେଲର ଭାବେ କାର୍ଯ୍ୟ କରୁଛନ୍ତିି । ବିଶେଷକରି ଛୋଟ ଛୋଟ ପିଲାମାନଙ୍କୁ ମୋବାଇଲ୍ ଏବଂ ଟିଭି ଭଳି ଇଲେକଟ୍ରୋନିକ ଗ୍ୟାଜେଟ କବଳରୁ ମୁକ୍ତ କରି ନିଜ ଭିତରର ଅନ୍ତର୍ନିହିତ ଗୁଣର ବିକାଶ କରିବା ପାଇଁ ପ୍ରୋତ୍ସାହିତ କରୁଛନ୍ତି । ଓଡ଼ିଶା ଆସିବା ଅବସରରେ ସେ ଆଜି କଟକ ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କୁ ସାକ୍ଷାତ କରି ନିଜ ପାଠପଢା, ବୃତ୍ତି ଏବଂ ଜନ୍ମଭୂମି ପ୍ରତି ତାଙ୍କର ଆକର୍ଷଣ ତଥା କର୍ତ୍ତବ୍ୟ ବିଷୟରେ ଆଲୋଚନା ସମୟରେ ବେଶ ଭାବପ୍ରବଣ ହୋଇଉଠିଥିଲେ । ଇତିମଧ୍ୟରେ ସେ କନ୍ଧମାଳ ମଧ୍ୟ ଯାଇ ବୁଲି ଆସିଛନ୍ତିି । ଓଡ଼ିଶା ଆସିଥିବା ବର୍ଷା କୌଣସି ହୋଟେଲରେ ନରହି ବସୁନ୍ଧରାର ଅନ୍ତେବାସୀମାନଙ୍କ ସହ ରହିବାକୁ ଉଚିତ ମଣିଛନ୍ତି ।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://jagratbharatnews.in/wp-content/uploads/2025/11/Picsart_25-11-05_07-59-52-526-3.jpg)

