ବଡ଼ବିଲ ବନ ବିଭାଗ ଦ୍ବାରା କୁଟୁରା ମାଂସ ଜବତ ସହ ତିନି ଅଭିଯୁକ୍ତ ଗିରଫ
କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ରୁଗୁଢୀ ଥାନା ଅନ୍ତର୍ଗତ ରେ ବଡ଼ବିଲ ବନ ବିଭାଗ ଦ୍ବାରା କୁଟୁରା ମାଂସ ସହ ତିନି ଅଭିଯୁକ୍ତ ଗିରଫ। ସୂଚନା ଅନୁଯାୟୀ ସିଦ୍ଧମଠ ସଂରକ୍ଷିତ ଜଙ୍ଗଲରୁ ରଗୁଢ଼ୀ ଥାନା ଅନ୍ତର୍ଗତ ଫାରମ୍ ସାହି ର କିଛି ଲୋକ କୁଟୁରା ମାଂସ ଶିକାର କରିଥିବା ଖବର ପାଇ ବଡ଼ବିଲ ବନ ବିଭାଗ ପକ୍ଷରୁ ଚଢ଼ଉ କରି ଟାଙ୍ଗିଆ ଓ କୁଟୁରା ମାଂସ ସହ ତିନି ଅଭିଯୁକ୍ତ ମାଟୁରା ମୁଣ୍ଡା, ରଥ ମୁଣ୍ଡା ଓ ଜେନା ମୁଣ୍ଡା କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ନେଇ ସୂଚନା।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ