ଭୁକ୍ତା ବାଳିକା ହାଇସ୍କୁଲରେ ବିଶ୍ଵ ଶିଶୁ ଦିବସ ପାଳିତ
ଅଦ୍ୟ ତା ୨୦/୧୧/୨୦୨୪ ବୁଧବାର ଦିନ ଅମ୍ବାଭୋନା ବ୍ଳକ ଅନ୍ତର୍ଗତ ପଞ୍ଚାୟତ ବାଳିକା ଉଚ୍ଚ ବିଦ୍ୟାଳୟରେ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ପୁଷ୍ପାଞ୍ଜଳି ସାହୁଙ୍କ ଅଧ୍ୟକ୍ଷତାରେ ବିଶ୍ଵ ଶିଶୁ ଦିବସ/ଶିଶୁ ଅଧିକାର ଦିବସ ପାଳିତ ହୋଇଯାଇଛି । ସହକାରୀ ଶିକ୍ଷୟିତ୍ରୀ ଅଳିନା ଦାଶ ସଭାର ଉଦ୍ଦେଶ୍ୟ ପ୍ରଦାନ କରିଥିଲେ । ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ପୁଷ୍ପାଞ୍ଜଳି ସାହୁ ଆଜିର ଶିଶୁ ଭବିଷ୍ୟତର ନାଗରିକ। ଶିଶୁମାନଙ୍କର ଅଧିକାର ଓ ଶିଶୁ ଅଧିକାରର ସୁରକ୍ଷା ବିଷୟରେ ଛାତ୍ରୀମାନଙ୍କୁ ବୁଝାଇ ଥିଲେ । ସହକାରୀ ଶିକ୍ଷକ ଗୋଳେଖ ପ୍ରଧାନ, ଚଉବର୍ଗ ଭୋଇ,ସନ୍ତୋଷ ମେହେର,କୁମାରୀ ପୁନମ ସାହୁ,ଅନୁ ଦାସ,କୁସୁମ ଦାସ, ଗାୟତ୍ରୀ ମାଳି ଶିଶୁ ଅଧିକାର ଓ ବିଶ୍ଵ ଶିଶୁ ଦିବସ ବିଷୟରେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଦିବସରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, କର୍ମଚାରୀ ଓ ସମସ୍ତ ଛାତ୍ରୀ ମାନେ ସହଯୋଗ କରିଥିଲେ। ଶେଷରେ ସହକାରୀ ଶିକ୍ଷୟିତ୍ରୀ ଜ୍ୟୋସ୍ନା ରାଣୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।