କିଡନୀ ରୋଗରେ ପୀଡିତ ନବମ ଶ୍ରେଣୀ ଛାତ୍ର ଦୀପକ। ପୁଅ ର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ।ଚିନ୍ତାରେ ବାପ, ମା
ଜଗତସିଂହପୁର ତା =23/11/24ଜଗତସିଂହପୁର ଜ଼ିଲ୍ଲା ରଘୁନାଥପୁର ବ୍ଲକ ଅନ୍ତର୍ଗତ ସାଦେଇ ପୁର ପଞ୍ଚାୟତ ବଣିକୁନ୍ଦ ଗ୍ରାମର ଦିନ ମଜୁରିଆ ରାଜକିଶୋର ଭୋଇଙ୍କ ଏକମାତ୍ର ପୁଅ ଦୀପକ ଭୋଇ | କିଡନୀ ରୋଗରେ ଆକ୍ରାନ୍ତ ହେବାରୁ ଦୁଇଟିଯାକ କୀଡୀନି ଅକାମୀ ହୋଇ ପଡିଛି। ହଠାତ ଦେହ ହାତ ଫୁଲିଯାଉଛି | କେଉଁଆଡ଼େ ଯାତାୟାତ କରିପାରୁନାହିଁ । ଗୋଟିଏ ଜାଗାରେ ବସି ରହି ଅନେକ କିଛି ଭାବୁଛି।ସାଙ୍ଗ ସାଥି ମାନଙ୍କ ସହିତ ନାଁ ଖେଳକୁଦ କରିପାରୁଛି ନାଁ ସ୍କୁଲ କୁ ଯାଇପାରୁଛି | ବାପ, ମା ପୁଅର ଏପରି ଅବସ୍ଥାରେ କଣ କରିବେ କିଛି ଭାବି ପାରୁନାହାନ୍ତି |ପୁଅ ଦୀପକ ର ଚିକିତ୍ସାଲାଗି ସମସ୍ତ ସଞ୍ଚିତ ଅର୍ଥ ଖର୍ଚ୍ଚ ସାରିଲାଣି | ଅଭାବୀ ସଂସାର ଚଳାଇବା ପାଇଁ ବାପ, ମା ପର ଘରେ ପାଇଟି କରି ଦୁଃଖ କଷ୍ଟରେ ଦୁଇଓଳି ଖାଇ ବଞ୍ଚିଛନ୍ତି | ଯେଉଁ ପୁଅ ଦିନେ ବାପ ମା ଙ୍କ ପାଇଁ ସାହାରା ସାଜିଥାଆନ୍ତା ସେହି ପୁଅର ଏଭଳି ଅବସ୍ଥା ଦେଖି ବାପ, ମା ନିଜ ଦରିଦ୍ରତାକୁ ଧିକାର କରୁଛନ୍ତି | ଗ୍ରାମବାସୀ, ବନ୍ଧୁ ବାନ୍ଧବ, ରାଜ୍ୟ ସରକାର ମୋ ପୁଅକୁ ଆର୍ଥିକ ସହାୟତା ପ୍ରଦାନ କରନ୍ତୁ ବୋଲି ଆକୁଳ ନିବେଦନ କରିଛନ୍ତି |ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ