ଖରସ୍ରୋତା ପୁସ୍ତକ ମେଳାର ଦ୍ବିତୀୟ ବର୍ଷ ପାଇଁ ଚୁଡାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି
ଯାଜପୁର – ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଳକ ଅନ୍ତର୍ଗତ ଫତେପୁର ପଞ୍ଚାୟତର ପୋଖରୀ ଛକ ସ୍ଥିତ ସୋନିମଣ୍ଡପ ଠାରେ ସମାଜସେବୀ ତଥା ପୁସ୍ତକ ମେଳା କମିଟିର ସଭାପତି ପଦ୍ମାକର ଗୁରୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ବିଧାୟିକା ପ୍ରମିଳା ମଲ୍ଲିକ , ସମ୍ମାନିତ ଅତିଥି ଭାବେ ବ୍ଳକ ଅଧ୍ୟକ୍ଷା ରଞିତା ଦାସ, ତହସିଲଦାର କୈଳାସ ଚନ୍ଦ୍ର ମହାଳିକ, ବିଦ୍ୟୁତ୍ ବିଭାଗର ଏସଡିଓ , ସିଂହପୁର ବରିଷ୍ଠ ନାଗରିକ ମଞର ସମ୍ପାଦକ ଓ ସମାଜସେବୀ ସୁଶାନ୍ତ କୁମାର ନାୟକ, ସିଂହପୁର ଗ୍ରାମର ସରପଞ ଶଶାଙ୍କ ଶେଖର ଖିଲାର, ଅଧ୍ୟାପକ ଅଜୟ କୁମାର ଓଝା , ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ପଣ୍ଡିତ ମହେଶ୍ୱର ନନ୍ଦ ପ୍ରମୁଖ ଯୋଗଦେଇ ପୁସ୍ତକ ମେଳାକୁ ସରସ ସୁନ୍ଦର କରିବା ପାଇଁ ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ।ଏହି ବୈଠକରେ ବିଂଝାରପୁର,ବରୀ, ଦଶରଧପୁର,ଆଳି , ରାଜକନିକା ଅଞ୍ଚଳରୁ ବହୁ ବୃଦ୍ଧି ଜିବି, ସାହିତ୍ୟିକ,କବି ,ଲେଖକ, ପ୍ରମୁଖ ଯୋଗଦେଇ ଥିଲେ।ଏହି ପୁସ୍ତକ ମେଳା ଡିସେମ୍ବର 16 ରୁ ଆରମ୍ଭ ହୋଇ 22 ରେ ଶେଷ ହେବ ।