ଭଗବାନ ଶ୍ରୀ ସତ୍ୟସାଇ ବାବା ଙ୍କର ପବିତ୍ର ୯୯ ତମ ଜନ୍ମ ଦିବସ ଉପଲକ୍ଷେ ତା – ୨୩/୧୧/୨୦୨୪ ରିଖ ,ଶନିବାର ଶ୍ରୀ ସତ୍ୟସାଇ ସେବା ସମିତି ଢ଼େଙ୍କାନାଳ ଠାରେ ପ୍ରାତଃ ୦୪:୪୫ ଘଟିକା ଠାରୁ ରାତ୍ର ୦୯:୦୦ ଘଟିକା ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଅଛି । ପ୍ରଥମେ ପ୍ରାତଃ ୦୪:୪୫ ଘଟିକା ରୁ ॐ କାରମ୍ ,ସୁପ୍ରଭାତମ୍, ନଗର ସଂକୀର୍ତ୍ତନ,ଲିଖିତ ଜପ ହୋଇଥିଲା । ପରେ ପରେ ଦିବ୍ୟ ପ୍ରଶାନ୍ତି ଧ୍ଵଜା ଉତ୍ତୋଳନ, ଷୋଡ଼ଶ ଉପଚାର ପୂଜା ଓ ହୋମ ଅନୁଷ୍ଠିତ ହୋଇଥିଲା । ଏହା ସହିତ ନାରାୟଣ ମାନଙ୍କୁ ଅମୃତ କଳସ ପ୍ରଦାନ, ବସ୍ତ୍ର,ବିଭୂତି ଓ ଲଡୁ ପ୍ରସାଦ ବଣ୍ଟନ ହୋଇଥିଲା। ମନ୍ଦିର ରେ ପ୍ରେମ ସଞ୍ଜୀବନୀ ରକ୍ତଦାନ ଶିବିର ଅନଷ୍ଠିତ ହୋଇଥିଲା ଯେଉଁଥିରେ ୩୩ ୟୁନିଟ୍ ବ୍ଲଡ଼ କଲେକ୍ସନ ହୋଇ ଥିଲା । ମଧ୍ୟାହ୍ନ ସମୟରେ ନାରାୟଣ ସେବା ସହ ପ୍ରସାଦ ସେବନ ହୋଇଥିଲା। ସନ୍ଧ୍ୟା ସମୟରେ ଦିବ୍ୟ ପ୍ରଶାନ୍ତି ଧ୍ଵଜା ଅବତରଣ ସହ ବେଦ ପଠନ ସାଇ ଗାୟତ୍ରୀ ମନ୍ତ୍ର ଉଚ୍ଚାରଣ ,ଭଜନ, ଜ୍ୟୋତି ଆବାହନ , କୃତଜ୍ଞତା ର କାର୍ଡ ଅର୍ପଣ , ଜନ୍ମ ଦିନ କେକ୍ ଅର୍ପଣ, ଝୁଲା ସଙ୍ଗୀତ ପରିବେଷଣ ,ଆଧ୍ୟାତ୍ମିକ ଆଲୋଚନା , ସାଂସ୍କୃତିକ କାର୍ଯ୍ୟକ୍ରମ ସହ ମଙ୍ଗଳ ଆରତୀ ଅର୍ପଣ କରି କାର୍ଯ୍ୟକ୍ରମ ଭଗବାନଙ୍କର ଶ୍ରୀପାଦପଦ୍ମ ରେ ଅର୍ପଣ କରାଯାଇଥିଲା ।
/ January 20, 2025
No Comments