ଭୂବନେଶ୍ୱର, ୨୫/୧୧ : ଆସନ୍ତାକାଲି ଠାରୁ ଆରମ୍ଭ ହେଉଛି ବିଧାନସଭାର ଶୀତ ଅଧିବେଶନ । ଅଧିବେଶନ ପୂର୍ବରୁ ବିଧାନସଭା ପରିସରର ସୁରକ୍ଷା ବ୍ୟବସ୍ଥାକୁ ଯାଞ୍ଚ କରାଯାଇଛି । ଚଳିତ ବିଧାନସଭାର ଶୀତ ଅଧିବେଶନ ପାଇଁ ୨୪ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି । ଡିସିପିଙ୍କ ନେତୃତ୍ୱରେ ୮ ଜଣ ଆଡିସିନାଲ୍ ଡିସିପି, ଦୁଇ କମ୍ପାନୀ ସିଆର୍ପିଏଫ୍, ଦୁଇ ୟୁନିଟ୍ ସ୍ପେଶାଲ ଟାକ୍ଟିକାଲ୍ ୟୁନିଟ, ୪ ପ୍ଲାଟୁନ୍ ଏସଓଜି, ଡଗ୍ ସ୍କ୍ୱାର୍ଡ, ବୋମା ନିଷ୍ଟ୍ରିୟକାରୀ ସ୍କ୍ୱାର୍ଡ ନିୟୋଜିତ ହୋଇଛନ୍ତି ।
ଏହାସହ ସାଧା ପୋଷାକରେ ରାଜଧାନୀରେ ବିଭିନ୍ନ ସ୍ଥାନରେ ଗୁଇନ୍ଦା ଅଧିକାରୀମାନଙ୍କୁ ନିୟୋଜିତ କରାଯାଇଛି । ଅଧିବେଶନ ସମୟରେ ଗାନ୍ଧୀ ମାର୍ଗକୁ ପୁରା ସିସିଟିଭ ସର୍ଭେଲାନ୍ସରେ ରଖାଯିବ । ବିଧାନସଭା ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ୮ଟି ଅସ୍ଥାୟୀ କ୍ୟାମ୍ପ ପ୍ରସ୍ତୁତ କରାଯାଇଛି ।