କେନ୍ଦୁଝର ବିଜେପି ନଗର ମଣ୍ଡଳର ବରିଷ୍ଠ କାର୍ଯ୍ୟକର୍ତ୍ତା ନିରଞ୍ଜନ ଶତପଥୀଙ୍କ ଦେହାନ୍ତ ରେ ତାଙ୍କ ଶେଷ ଦର୍ଶନ ରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ।
ଆଙ୍କର _କେନ୍ଦୁଝର ବିଜେପି ନଗର ମଣ୍ଡଳର ବରିଷ୍ଠ କାର୍ଯ୍ୟକର୍ତ୍ତା ନିରଞ୍ଜନ ଶତପଥୀଙ୍କ ଦେହାନ୍ତ ରେ ତାଙ୍କ ଶେଷ ଦର୍ଶନ ରେ ଆଜି ସାମିଲ ହେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଶ୍ରୀ ନିରଞ୍ଜନ ୧୯୯୨ ମସିହାରୁ ବିଜେପି ଦଳର ଜଣେ ସକ୍ରିୟ କାର୍ଯ୍ୟକର୍ତ୍ତା ଭାବେ କାର୍ଯ୍ୟ କରି ଆସୁଥିବା ବେଳେ ମୁଖ୍ୟମନ୍ତ୍ରୀ ଙ୍କ ସହିତ ୨୦୦୦ ମସିହାରୁ ଅତି ଘନିଷ୍ଠତା ଥିଲେ । ପ୍ରତେକ ସମୟରେ ସେ ମୁଖ୍ୟମନ୍ତ୍ରୀଙ୍କ ସହିତ ଛାଇ ପରି ରହି ଆସୁଥିଲେ । ଆଜି ତାଙ୍କ ଅକାଳ ବିୟୋଗ ର ଖବର ପାଇ ମୁଖ୍ୟମନ୍ତ୍ରୀ ତାଙ୍କ ବିଭିନ୍ନ ଜରୁରୀ କାର୍ଯ୍ୟକ୍ରମ ସବୁ କୁ ବାତିଲ କରି ନିରଞ୍ଜନଙ୍କ ଶେଷ ଦର୍ଶନ କରିବା ସହ ପରିବାର ବର୍ଗକୁ ସମବେଦନା ଜଣାଇବା ପାଇଁ କେନ୍ଦୁଝର ସ୍ଥିତ ତାଙ୍କ ବାସଭବନ କୁ ଦଉଡି ଆସିଥିଲେ । ମୁଖ୍ୟମନ୍ତ୍ରୀ ନିରଞ୍ଜନ ଙ୍କ ବାସ ଭବନ ରେ ପହଞ୍ଚି ତାଙ୍କ ମର ଶରୀର ରେ ପୁଷ୍ପ ମାଲ୍ୟ ଆାର୍ପଣ କରିବା ସହ ଶୋକ ସନ୍ତପ୍ତ ପରିବାର ଙ୍କୁ ସମବେଦନା ଜଣାଇଥିଲେ । ତାଙ୍କ ଧର୍ମପତ୍ନୀ ଙ୍କୁ କହିଥିଲେ ନିରଞ୍ଜନ ମୋର ଅତି ଆପଣାର ସେ ମୋ ମନ ଭିତରେ ସବୁ ଦିନ ପାଇଁ ରହିବ । ଆପଣ ମାନେ ବ୍ୟସ୍ତ ହୁଅନ୍ତୁ ନାହିଁ ମୁଁ ଆପଣ ମାନଙ୍କ ସହ ସବୁ ବେଳେ ଅଛି | ଏପରିକି ସେ କିଛି ଦିନ ତଳେ ତାଙ୍କ କେନ୍ଦୁଝର ଅଭିଯୋଗ ପ୍ରକୋଷ୍ଠ ରେ ତାଙ୍କ ଚାକିରୀ ମଧ୍ୟ ହୋଇ ଯାଇଥିଲା । ବର୍ତମାନ ତାଙ୍କ ପରିବାର କିପରି ଥଇଥାନ ହେବ ତାର ବ୍ୟବସ୍ଥା ମଧ୍ୟ ମୁଖ୍ୟମନ୍ତ୍ରୀ କରିବେ ବୋଲି କହିଛନ୍ତି |
ନିରଞ୍ଜନ ଙ୍କ ପୈତୃକ ଘର ବ୍ରହ୍ମପୁର ଜିଲ୍ଲାରେ ହୋଇଥିବା ବେଳେ ତାଙ୍କ ବାପା କେନ୍ଦୁଝର ରେ ଚାକିରି କରୁଥିବାରୁ ଛୁଆଟି ବେଳୁ ସେ ଏଠାରେ ପଡୁଥିଲେ ବଢୁଥିଲେ।
ରଞ୍ଜନ ବେହେରା ଙ୍କ ରିପୋର୍ଟ