ନାଉଗାଁ ବିଡ଼ିଓ ଙ୍କୁ ଘେରାଉ କଲେ ସରପଞ୍ଚ, ସମିତି ସଭ୍ୟ ସଭ୍ୟା
ଜଗତସିଂହପୁର ତା =25/11/24ବିଡିଓ ଙ୍କୁ ଘେରି ବସିଛନ୍ତି ବ୍ଲକ ର ସମସ୍ତ ସରପଞ୍ଚ ସମିତି ସଭ୍ୟ ସଭ୍ୟା ଓ ଅଧ୍ୟକ୍ଷା | ଦୀର୍ଘ ସମୟ ଧରି ନିଜ ଚାମ୍ବର ରୁ ବାହାରି ପାରିଲେ ନାହିଁ ଖୋଦ ବିଡିଓ | ଏଭଳି ଜଘନ୍ୟ ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ରେ | ସମସ୍ତ ପଞ୍ଚାୟତ ର ସରପଞ୍ଚ ଓ ସମିତି ସଭ୍ୟ ସଭ୍ୟା ବିଡିଓ ଙ୍କୁ ଘେରାଉ କରି ତାଙ୍କ ଚାମ୍ବର ଭିତରେ ତଳେ ବସି ରହିଥିବା ଦେଖିବାକୁ ମିଳିଛି | ଗତ 22 ତାରିଖରେ ପଞ୍ଚାୟତ ସମିତି ବୈଠକ ହେବାକୁ ନିଷ୍ପତି ହୋଇଥିବା ବେଳେ ବିଡିଓ କାହାକୁ ଚିଠି ନକରିବାରୁ ବୈଠକ ବାତିଲ ହୋଇଥିଲା | ବିଡିଓ ଙ୍କ ମନମୁଖୀ କାର୍ଯ୍ଯ ପାଇଁ ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ ସଭ୍ୟା ଆସି ଏଭଳି ଭାବେ ବିଡିଓ ଙ୍କୁ ଘେରି ବସିଥିବା ଦେଖିବାକୁ ମିଳିଛି | ବିଡିଓ ଙ୍କ କାର୍ଯ୍ୟାଳୟ ଭିତରେ ସମସ୍ତେ ବସିଥିବାରୁ ବିଡିଓ ବାହାରକୁ ବାହାରି ପାରୁ ନଥିବା ଦେଖିବାକୁ ମିଳିଥିଲା | ବିଡିଓ ମନମୁଖୀ କାର୍ଯ୍ଯ କରି ଚାପର ବଶବର୍ତ୍ତୀ ହୋଇ ପଞ୍ଚାୟତ ସମିତି ର ବୈଠକ କୁ ଆସିବା ପାଇଁ କାହାରିକୁ ପତ୍ର ଲେଖିଲେ ନାହିଁ ବୋଲି ସରପଞ୍ଚ ଓ ସମିତି ସଭ୍ୟ ସଭ୍ୟା ମାନେ ଅଭିଯୋଗ କରି ବସି ରହିଛନ୍ତି |ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://jagratbharatnews.in/wp-content/uploads/2025/11/Picsart_25-11-05_07-59-52-526-3.jpg)

