ଡିଷ୍ଟ୍ରିକ୍ଟ ରୋଟରାକ୍ଟ ଆସେମ୍ୱଲି ୨୦୨୪-୨୫ “ଇଂପ୍ରିଣ୍ଟ” ଢେ଼ଙ୍କାନାଳ ଠାରେ ଅନୁଷ୍ଠିତ
ଡିଷ୍ଟ୍ରିକ୍ଟ ରୋଟରାକ୍ଟ ଆସେମ୍ୱଲି ୨୦୨୪-୨୫ “ଇଂପ୍ରିଣ୍ଟ” ରବିବାର ଦିନ ସ୍ଥାନୀୟ ପୁରୁଣା ଜିଲ୍ଲା ପରିଷଦ ପରିସର ରେ ମହା ସମାରୋହ ରେ ଅନୁଷ୍ଠିତ ହୋଇ ଯାଇଛି। ଏହାର ଉଦ୍ଘାଟନ ଉତ୍ସବରେ ରୋଟାରୀ ଜିଲ୍ଲା ୩୨୬୨ ର ଗଭର୍ନର ଯଜ୍ଞାଶିସ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଢେ଼ଙ୍କାନାଳ ପୌର ପରିଷଦ ନଗରପାଳିକା ଶ୍ରୀମତୀ ଜୟନ୍ତୀ ପାତ୍ର,ଆଇ ଆଇ ଏମ୍ ସି ର ପ୍ରଫେସର ଡ. ଆନନ୍ଦ ପ୍ରଧାନ ଓ ଢେ଼ଙ୍କାନାଳ ବନଖଣ୍ଡ ଅଧିକାରୀ ଶ୍ରୀ ସୂମିତ କର ଯୋଗଦାନ କରିଥିଲେ। ରୋଟାରୀ ଜିଲ୍ଲା ୩୨୬୨ ର ଗଭର୍ନର ଇଲେକ୍ଟ ଶ୍ରୀ ମନୋଜ ତ୍ରୀପାଠୀ, DRCC ଶ୍ରୀ ରାଜେଶ ଖଟୁଆ, ରୋଟାରୀ କ୍ଲବ ଢେ଼ଙ୍କାନାଳ ର ସଭାପତି ଶ୍ରୀ ହରେକୃଷ୍ଣ କର,RCC ଶ୍ରୀ ଅଭିମନ୍ୟୁ ସାହୁ, DRR ସେନହିଲା ଖାନ ,DSG ଡ. ସତ୍ୟବ୍ରତ କର,ADRR ବ୍ୟୋମକେଶ ପୃଷ୍ଟି, ଚେୟାରମେନ ଶିବପ୍ରସାଦ ସ୍ୱାଇଁ,ରୋଟରାକ୍ଟ କ୍ଲବ ଢେ଼ଙ୍କାନାଳ ର ସଭାପତି ଅମିସା ନାଏକ ଅତିଥି ଭାବେ ମଞ୍ଚାସିନ ଥିଲେ।ଏହି ଅବସର ରେ ଏକ ସ୍ମରଣିକା ଅତିଥି ମାନଙ୍କ ଦ୍ଵାରା ଉନ୍ମୋଚନ ହୋଇଥିଲା।ଏହି ଅବସର ରେ ଅଙ୍ଗଦାନ କରିଥିବା ବ୍ୟକ୍ତି ମାନଙ୍କର ଉତ୍ତରାଧିକାରୀ ମାନଙ୍କୁ ସମ୍ମାନିତ କରାଯାଇଥିଲା।ଏହି କାର୍ଯ୍ୟକ୍ରମ ରେ ଓଡିଶା ର ବିଭିନ୍ନ ରୋଟରାକ୍ଟ କ୍ଲବ ର ସଦସ୍ୟ ଓ ସଦସ୍ୟା ମାନେ ଭାଗ ନେଇଥିଲେ।ଉଦଯାପନୀ ଉତ୍ସବରେ ସମାଜ ର ବିଭିନ୍ନ କ୍ଷେତ୍ର ରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପର୍ବତାରୋହିଣୀ ବିଭାରାଣୀ ପାତ୍ର,ସମାଜସେବୀ ଅଙ୍କିତା ସାହୁ,ବାଲୁକା ଶିଳ୍ପୀ ସୁବ୍ରତ ମହାରଣା ଓ ସମାଜସେବୀ କବିତା ବେହେରା ଙ୍କୁ ସମ୍ମାନିତ କରାଯାଇଥିଲା।ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।ଏହି କାର୍ଯ୍ୟକ୍ରମ ରେ ରୋଟାରୀ କ୍ଲବ ଢେ଼ଙ୍କାନାଳ ର ସଦସ୍ୟ , ଇନରୱିଲ କ୍ଲବ ଢେ଼ଙ୍କାନାଳ ର ସଦସ୍ୟ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ବିଶଷ ଯୋଗଦାନ କରିଥିଲେ।ରୋଟରାକ୍ଟର ସୌମ୍ୟବ୍ରତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ରୋଟରାକ୍ଟ କ୍ଲବ ଢେ଼ଙ୍କାନାଳ ର ସମସ୍ତ ସଦସ୍ୟ ସଦସ୍ୟା ସୁଚାରୁ ରୂପେ କାର୍ଯ୍ୟକ୍ରମକୁ ସଫଳ କରିଥିଲେ।