ଅଗ୍ନିପଥ ଯୋଜନା ଅଧୀନରେ ସେନା ନିଯୁକ୍ତି ରାଲି
ଅନୁଗୋଳ ୨୭ .୧୧ : ଅଗ୍ନିପଥ ଯୋଜନା ଅଧୀନରେ ଅନୁଗୁଳ, ବରଗଡ଼, ବଲାଙ୍ଗୀର,ଢେଙ୍କାନାଳ, ଦେଓଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ସମ୍ବଲପୁର, ସୁବର୍ଣ୍ଣପୁର ଏବଂ ସୁନ୍ଦରଗଡ଼ ଜିଲ୍ଲାର ସଂକ୍ଷିପ୍ତ ତାଲିକାଭୁକ୍ତ ପ୍ରାର୍ଥୀଙ୍କ ପାଇଁ ଆସନ୍ତା ୦୬ ଡିସେମ୍ବର ୨୦୨୪ ରୁ ୦୯ ଡିସେମ୍ବର ୨୦୨୪ ପର୍ଯ୍ୟନ୍ତ ଇସ୍ପାତ ଷ୍ଟାଡିୟମ୍, ସେକ୍ଟର-୬, ରାଉରକେଲା (ଓଡିଶା) ଠାରେ ସେନା ନିଯୁକ୍ତି ରାଲି ଅନୁଷ୍ଠିତ ହେବ। Online Common Entrance Exam (CEE) 6 ସଫଳ ସଂକ୍ଷିପ୍ତ ତାଲିକାଭୁକ୍ତ ପ୍ରାର୍ଥୀଙ୍କ ଶାରୀରିକ ଫିଟନେସ୍ ଟେଷ୍ଟ ଏବଂ ମେଡିକାଲ୍ ପରୀକ୍ଷା ଇସ୍ପାତ ଷ୍ଟାଡିୟମ୍, ସେକ୍ଟର-୬, ରାଉରକେଲା (ଓଡିଶା) ଠାରେ କରାଯିବ । ତାଲିକାଭୁକ୍ତ ପ୍ରାର୍ଥୀଙ୍କ ଆଡମିଟ୍ କାର୍ଡ ସେମାନଙ୍କ ପଞ୍ଜୀକୃତ ଇମେଲ୍ ଆଇଡିରେ ଉପଲବ୍ଧ କରାଯାଇଅଛି। ପ୍ରାର୍ଥୀମାନେ www.joinindianarmy.nic.in ୱେବସାଇଟ୍ ରେ ନିଜର ପ୍ରୋଫାଇଲ ଲଗ୍ ଇନ୍ କରି ନିଯୁକ୍ତି ରାଲି ପାଇଁ ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ । ଅଧିକ ବିବରଣୀ ପାଇଁ ପ୍ରାର୍ଥୀମାନେ ସେନା ନିଯୁକ୍ତି କାର୍ଯ୍ୟାଳୟ, ସମ୍ବଲପୁର ନିକଟକୁ ୦୬୬୩-୨୯୫୦୩୫୯ ଏବଂ ୦୬୬୩- ୨୫୨୦୮୪୫ ନମ୍ବରରେ ଯୋଗାଯୋଗ କରିପାରିବେ । ନିଯୁକ୍ତି ପ୍ରକ୍ରିୟା ସମୟରେ ପ୍ରାର୍ଥୀମାନଙ୍କୁ କୌଣସି ଅଚିହ୍ନା ବ୍ୟକ୍ତି/ ଠକେଇ ସଂସ୍ଥାର ଏଜେଣ୍ଟମାନଙ୍କୁ ନିଜର ଅରିଜିନାଲ ଡକ୍ୟୁମେଣ୍ଟ୍ ହସ୍ତାନ୍ତର ନ କରି ଠକେଇ ସଂସ୍ଥା/ ଧୂର୍ତ୍ତ ବ୍ୟକ୍ତିଙ୍କ ଘୃଣ୍ୟ କାର୍ଯ୍ୟକଳାପର ଶିକାର ହେବାରୁ ବଞ୍ଚିବା ପାଇଁ ପରାମର୍ଶ ଦିଆଯାଉଛି । ଏଭଳି କୌଣସି ଘଟଣାର ସୂଚନା ମିଳିଲେ ତୁରନ୍ତ ସ୍ଥାନୀୟ ପୋଲିସ ଏବଂ ସେନା ନିଯୁକ୍ତି କାର୍ଯ୍ୟାଳୟ, ସମ୍ବଲପୁର ଠାରେ ଅଭିଯୋଗ କରିପାରିବେ । ସେନା ନିଯୁକ୍ତି ରାଲି ସମୟରେ ଏଭଳି ଠକେଇ ସଂସ୍ଥା/ ଧୂର୍ତ୍ତ ବ୍ୟକ୍ତିଙ୍କୁ ଗିରଫ କରାଯିବା ପାଇଁ ସ୍ଥାନୀୟ ପୋଲିସ୍ ଏବଂ ପ୍ରଶାସନ ମାଧ୍ୟ ମାଧ୍ୟମରେ କଡା ପଦକ୍ଷେପ ନିଆଯାଇଅଛି ।