ମହିଳାଙ୍କୁ ଅସଦାଚରଣ ଅଭିଯୋଗ ରେ ନାଲକୋ କର୍ମଚାରୀ ଙ୍କ ନାମରେ ଏତଲା
ବଅଁରପାଳ, ୨୮ / ୧୧ ନାଲକୋ ଥାନା ଅନ୍ତର୍ଗତ ଗିରାଙ୍ଗ ଗ୍ରାମର ଜଣେ ମହିଳା ନୁଆବନ୍ଧ ପୋଖରୀ କୁ ଗାଧୋଇବାକୁ ଯାଉଥିବା ବେଳେ ନାଲକୋ ସ୍ମେଲଟର ପ୍ଲାଣ୍ଟର କର୍ମଚାରୀ ପ୍ରକାଶ ବେହେରା ଅଶ୍ଲୀଳ ଇଙ୍ଗିତ କରିଥିଲେ ଏ ନେଇ ନାଲକୋ ଥାନାରେ ଲିଖିତ ଅଭିଯୋଗ ହୋଇଛି । ସୂଚନା ମୁତାବକ ସକାଳ ଭରୋ ସମୟରେ ସେ ଜୈନିକ ମହିଳା ଗାଧୋଇବାକୁ ଯାଉଥିବା ବେଳେ ଏକୁଟିଆ ଦେଖି ତାଙ୍କୁ ନାଲକୋ କର୍ମଚାରୀ ଅଶ୍ଲୀଳ ଇଙ୍ଗିତ କରିଥିଲେ । ସେହି ସମୟରେ ମହିଳା ଜଣକ ଜୁବକଙ୍କ କବଳରୁ ବଞ୍ଚିବା ନିମନ୍ତେ ପ୍ରାଣପଣେ ଉଦ୍ୟମ କରିବା ସହ ଚେଷ୍ଟା କରିଥିଲେ । ପାଟି ଶୁଣି ପ୍ରଥମେ ତାଙ୍କ ସ୍ୱାମୀ ଦୌଡ଼ି ଆସି ଘଟଣା ଦେଖି ବିରୋଧ କରିଥିଲେ । ସେ ଅସମର୍ଥ ବ୍ୟକ୍ତି ହୋଥିବାରୁ ତାକୁ ବିରୋଧ କରି ନ ପାରିବା ରୁ ଜୋରରେ ପାଟି ତୁଣ୍ଡ କରିବା ଆରମ୍ଭ କରିଥିଲେ । ଏହା ଶୁଣି ଗ୍ରାମର କିଛି ବ୍ୟକ୍ତି ପଳାଇ ଆସିବାରୁ ନାଲକୋ କର୍ମଚାରୀ ସେହି ଜାଗାରୁ ଚମ୍ପଟ ମାରିଥିଲେ । ଗ୍ରାମବାସୀ ଜବତ କରି ନାଲକୋ ନିୟୋଜିତ ସିକ୍ୟୁରିଟି ସଂସ୍ଥା କାର୍ଯ୍ୟାଳୟରେ ହସ୍ତାନ୍ତର କରିଥିଲେ । ତେବେ ଏ ନେଇ ଜୈନିକ ମହିଳାଙ୍କ ସ୍ୱାମୀ ନାଲକୋ ଥାନାରେ ଏତଲା ଦେଇଥିଲେ । ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।