ହରିପୁର ମହାବିଦ୍ୟାଳୟ ପାର୍ଶ୍ୱରୁ ୧୨ ଫୁଟ ଅଜଗର ଉଦ୍ଧାର
ସୁକିନ୍ଦା ବନ ବିଭାଗ ଅନ୍ତର୍ଗତ ହରିପୁର ମହାବିଦ୍ୟାଳୟ ପାର୍ଶ୍ୱରୁ ଶୁକ୍ରବାର ଦିବା 12 ଘଟିକା ସମୟରେ ଏକ ୧୨ ଫୁଟ ଅଜଗର ସାପ ଉଦ୍ଧାର ହୋଇଥିବା ଦେଖିବାକୁ ମିଳିଛି । ସୁଚନା ମୁତାବକ ସୁକିନ୍ଦା ବନ ବିଭାଗ ଅନ୍ତର୍ଗତ ହରିପୁର ମହାବିଦ୍ୟାଳୟ ପାର୍ଶ୍ୱରେ ଏକ ୧୨ ଫୁଟ ଅଜଗର ସାପ ସ୍ଥାନୀୟ ବାସିନ୍ଦା ଦେଖି ଭୟବିତ୍ତ ହୋଇ ତୁରନ୍ତ ସୁକିନ୍ଦା ବନ ବିଭାଗ ଅଧିକାରୀଙ୍କ ସହିତ ଯୋଗାଯୋଗ କରିଥିଲେ । ସୁକିନ୍ଦା ବନ ବିଭାଗ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ପ୍ରଶିକ୍ଷିତ ସାପ ଧରାଳି ସୌମ୍ୟଜିତ୍ ବେହୁରା ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସତର୍କତା ଅବଲମ୍ବନ କରି 12 ଫୁଟର ଅଜଗର ସାପକୁ ଉଦ୍ଧାର କରିଥିବା ଦେଖିବାକୁ ମିଳିଛି ।ବ୍ୟୁରୋ ରିପୋର୍ଟ,ଯାଜପୁର