ନାଲକୋ ବିଦ୍ୟୁତ ମଜଦୂର ସଂଘର ନୂତନ କର୍ମକର୍ତ୍ତା, ପ୍ରକାଶ ସଭାପତି, ସୁଜିତ ସମ୍ପାଦକ
ବଅଁରପାଳ , ୩୦/୧୧ / ୧୧ : ରାଷ୍ଟ୍ରାୟତ ଉଦ୍ୟଗ ନାଲକୋ ବିଦ୍ୟୁତ ମଜଦୂର ସଂଘ ସିପିପିର ବୃହତ ସଂଗଠନ ବୁଧବାର ସନ୍ଧ୍ୟାରେ କାର୍ଯ୍ୟାଳୟ ପରିସରରେ ନୂତନ କର୍ମକର୍ତ୍ତା ଚୟନ ଅନୁଷ୍ଠିତ ହୋଇଯାଇଛି । ସଭାପତି ଭାବରେ ପ୍ରକାଶ କୁମାର ସିଂହ, ସାଧାରଣ ସମ୍ପାଦକ ଭାବେ ସୁଜିତ କୁମାର ସେଠ ସ୍ଥାନିତ ହୋଇଥିବା ବେଳେ ଉପ ସଭାପତି ଭାବେ ନିତ୍ୟାନନ୍ଦ ମିଶ୍ର, ଡମ୍ବରୁଧର ସାହୁ ଚୟନ ହୋଇଛନ୍ତି । କାର୍ଯ୍ୟକାରୀ ସଭାପତି ଭାବେ ଟିକନ ସାହୁ ଏବଂ ଦେବାନନ୍ଦ ନାୟକ, ଚୟନ ହୋଇଥିବା ସହ ଯୁଗ୍ମ ସମ୍ପାଦକ ଭାବେ ମନୋଜ କୁମାର ଅମାନ୍ତ ମନୋନୀତ ହୋଇଛନ୍ତି । ସେହିପରି ସମ୍ପାଦକ ଭାବେ ଗୁଣନିଧି ଆରୁକ, ବିଜୟ କୁମାର ପାତ୍ର, ଚନ୍ଦ୍ରାୟି ଟୁଡୁ, ଅକ୍ଷୟ ନାୟକ, ମାଧବ ବେହେରା, ନିର୍ମଳ କୁମାର ଭୋଳ ସ୍ଥାନ ପାଇଛନ୍ତି । ସଂଗଠନ ସମ୍ପାଦକ ଭାବେ ପ୍ରକାଶ ସାହୁ ଏବଂ ନିରଞ୍ଜନ ଦେହୁରୀ ଦାୟିତ୍ୱ ପାଇଥିବା ବେଳେ କାର୍ଯ୍ୟାଳୟ ସମ୍ପାଦକ ଭାବେ ସୁନୀଲ କୁମାର ସାହୁ, ସୁବାସ ସାହୁ ଚୟନ ହୋଇଛନ୍ତି । କୋସାଧ୍ୟକ୍ଷ ଭାବେ ସତ୍ୟବାନ ବେହେରା, ସରୋଜ ସାହୁ ସ୍ଥାନ ପାଇଥିବା ବେଳେ ଉପଦେଷ୍ଟା ଭାବେ ବିନୟ କୁମାର ତ୍ରିପାଠୀ ଏବଂ ନରେଶ ସାହୁ ଚୟନ ହୋଇଛନ୍ତି । ସେହିଭଳି କାର୍ଯ୍ୟକାରୀ ସଦସ୍ୟ ଭାବେ ସୁବାସ ଚନ୍ଦ୍ର କାଲିଆ, ଲଷ୍ମୀଧର ବେହେରା, ଗଦାଧର ନାୟକ, ଅଭିମନ୍ୟୁ ପ୍ରଧାନ, ବସନ୍ତ କୁମାର ଗଡନାୟକ, ମେଘନାଦ ସାହୁ, ଅତୁଲ ମିଞ୍ଜ, ସୁଶାନ୍ତ କୁମାର ସାହୁଙ୍କ ସମେତ ମୋଟ ୨୦ ଜଣ ଚୟନ ହୋଇଛନ୍ତି । ଏହି କମିଟିର କାର୍ଯ୍ୟକାଳ ଦୁଇ ବର୍ଷ ବଳବର ରହିବ ବୋଲି ସୂଚନା ମିଳିଛି ।