ନୂଆଦିଲ୍ଲୀ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ପରାଜୟ ପରେ ଶୁକ୍ରବାର ଦିଲ୍ଲୀରେ କଂଗ୍ରେସ ୱାର୍କିଂ କମିଟି (ସିଡବ୍ଲୁସି) ବୈଠକ ହୋଇଛି। ନିର୍ବାଚନ ଫଳାଫଳକୁ ନେଇ ନିରାଶ ହେବା ଉଚିତ୍ ନୁହେଁ। ବରଂ ଦଳକୁ ମଜବୁତ କରିବା ପାଇଁ ଉପରୁ ତଳ ପର୍ଯ୍ୟନ୍ତ ପରିବର୍ତ୍ତନ ଆବଶ୍ୟକ ବୋଲି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି।
ସେ କହିଛନ୍ତି, ‘ଆମକୁ ନିର୍ବାଚନ ରଣନୀତିରେ ଉନ୍ନତି ଆଣିବାକୁ ପଡ଼ିବ। ଏହି ଅବସରରେ କଂଗ୍ରେସ ସଭାପତି ଇଭିଏମକୁ ନେଇ ଯୁକ୍ତି ବାଢିଥିଲେ। ଇଭିଏମ୍ ନିର୍ବାଚନ ପ୍ରକ୍ରିୟାକୁ ସନ୍ଦେହଜନକ କରିଛି, ନିର୍ବାଚନ ଆୟୋଗ ମୁକ୍ତ ଏବଂ ନିରପେକ୍ଷ ନିର୍ବାଚନ କରିବା ଉଚିତ୍ ବୋଲି ସେ କହିଛନ୍ତି। ସେ ଆହୁରି କହିଛନ୍ତି, ମହାରାଷ୍ଟ୍ର ନିର୍ବାଚନରେ କିଛି ଅଲଗା ଦେଖିବାକୁ ମିଳିଛି। ଲୋକସଭା ନିର୍ବାଚନରେ ମହା ବିକାଶ ଅଗାଡି (ଏମଭିଏ ) ଯେଉଁଭଳି ପ୍ରଦର୍ଶନ କରିଥିଲା, ବିଧାନସଭା ଫଳାଫଳ ଦେଖିବା ପରେ ରାଜନୈତିକ ବିଶେଷଜ୍ଞମାନେ ମଧ୍ୟ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି।ଦଳର ଉପରୁ ତଳ ଯାଏ ପରିବର୍ତ୍ତନ ଦରକାରଦଳୀୟ ନେତାଙ୍କ ମଧ୍ୟରେ ଏକତାର ଅଭାବ ଏବଂ ପରସ୍ପର ବିରୋଧରେ ଆକ୍ଷେପ ନିର୍ବାଚନରେ ଆମକୁ କ୍ଷତି ପହଞ୍ଚାଉଛି। ଏଥିପାଇଁ କଠୋର ଅନୁଶାସନର ଆବଶ୍ୟକତା ରହିଛି। ଦଳକୁ ମଜବୁତ କରିବା ପାଇଁ ତୃଣମୂଳ ସ୍ତରରୁ AICCରେ ପରିବର୍ତ୍ତନ ଆଣିବାକୁ ପଡ଼ିବ।
ବିଧାନସଭା ନିର୍ବାଚନ ପାଇଁ ବର୍ଷେ ପୂର୍ବରୁ ପ୍ରସ୍ତୁତିଲୋକଙ୍କ ସମର୍ଥନ ଆମ ସପକ୍ଷରେ ଥିଲେ ମଧ୍ୟ ସବୁ ସମୟରେ ବିଜୟର ଗ୍ୟାରେଣ୍ଟି ନଥାଏ। ନୂଆ ରଣନୀତି ପ୍ରସ୍ତୁତ କରିବା ସହ ଦଳକୁ ମଜବୁତ କରିବା ପାଇଁ କଠିନ ପରିଶ୍ରମ କରିବାକୁ ପଡ଼ିବ। ବିଧାନସଭା ନିର୍ବାଚନ ପାଇଁ ଏକ ବର୍ଷ ପୂର୍ବରୁ ପ୍ରସ୍ତୁତି କରିବାକୁ ପଡିବ ଏବଂ ଭୋଟର ତାଲିକା ଯାଞ୍ଚ କରିବାକୁ ପଡିବ।ନିର୍ବାଚନୀ ରଣନୀତିରେ ପରିବର୍ତ୍ତନମହାରାଷ୍ଟ୍ରରେ ନିର୍ବାଚନୀ ଫଳାଫଳ ବିସ୍ମୟ ସୃଷ୍ଟି କରିଛି। ଏମଭିଏ ଲୋକସଭା ନିର୍ବାଚନ ଫଳାଫଳ ପରେ ଏହି ନିର୍ବାଚନକୁ ଦେଖି ସମସ୍ତେ ଏକପ୍ରକାର ଦ୍ୱନ୍ଦ୍ୱରେ ଅଛନ୍ତି। ଆମ ନିର୍ବାଚନ ରଣନୀତିରେ ଉନ୍ନତି ଆଣିବାକୁ ପଡ଼ିବ। ବିଚ୍ଛିନ୍ନତା ଏବଂ ଭୁଲ ତଥ୍ୟକୁ ପ୍ରତିହତ କରିବାର ଉପାୟ ବାହାର କରିବାକୁ ପଡିବ।ବିଧାନସଭା ନିର୍ବାଚନ ଫଳ ଚକିତ କରିଛିକଂଗ୍ରେସ କ୍ଷମତାକୁ ଆସିବା ଜରୁରୀ କାରଣ ଏହା ସମଗ୍ର ଦେଶରେ ଲୋକଙ୍କ ଏଜେଣ୍ଡା କାର୍ଯ୍ୟକାରୀ କରିବାରେ ସହାୟକ ହେବ। ସେ କହିଛନ୍ତି ଯେ ଲୋକସଭା ନିର୍ବାଚନର ଭଲ ଫଳାଫଳ ପରେ ବିଧାନସଭା ନିର୍ବାଚନର ଫଳାଫଳ ଆମକୁ ଚକିତ କରିଛି। ଆଗାମୀ ଦିନରେ ଆମକୁ ଏହାକୁ ସୁଧାରିବାର ଆବଶ୍ୟକତା ରହିଛି।
ବିଜେପି ଧାର୍ମିକ ପ୍ରସଙ୍ଗ ସୃଷ୍ଟି କରୁଛିମଣିପୁରରୁ ଆରମ୍ଭ କରି ସମ୍ବଲ ପର୍ଯ୍ୟନ୍ତ ଅନେକ ଗମ୍ଭୀର ପ୍ରସଙ୍ଗ ରହିଛି। ଏହାକୁ ନେଇ ବିଜେପି ବିଭିନ୍ନ ମାଧ୍ୟମରେ ଧାର୍ମିକ ପ୍ରସଙ୍ଗ ସୃଷ୍ଟି କରୁଛି। ଆମକୁ ଏସବୁ ବିରୋଧ କରିବାକୁ ପଡିବ।ଅନ୍ୟପକ୍ଷରେ ମହାରାଷ୍ଟ୍ର ନିର୍ବାଚନ ଫଳ ପ୍ରସଙ୍ଗରେ କଂଗ୍ରେସ ନିର୍ବାଚନ ଆୟୋଗକୁ ଆଜି ଚିଠି ଲେଖିଛି। ବିଧାନସଭା ଭୋଟ ଗଣତିରେ ବିଭ୍ରାଟ ହୋଇଥିବା ଚିଠିରେ ଲେଖିଛି କଂଗ୍ରେସ।