ଝରକା ଗ୍ରୀଲ କାଟି ଚୋରି
ବଅଁରପାଳ, ୧/୧୨ ବଅଁରପାଳ ବ୍ଲକ ଅନ୍ତର୍ଗତ ଗଡ଼ ବୁଢ଼ାପଙ୍କ ଗ୍ରାମର ସତ୍ୟାନନ୍ଦ ସାମଲ ଙ୍କ ଘରେ ଗ୍ରୀଲ ତାଡ଼ି ଦୁର୍ବୁତ୍ତ ମାନେ ୪୦ ହଜାର ଟଙ୍କା ରୁ ଉର୍ଦ୍ଧ ସମ୍ପତ୍ତି ଚୋରି କରିଥିବା ଜଣାପଡିଛି ଘଟଣା ରୁ ପ୍ରକାଶ ବୁଢାପଙ୍କ ଗ୍ରାମର ସତ୍ୟାନନ୍ଦ ସାମଲ ସବୁ ଦିନ ପରି ଶନିବାର ରାତିରେ ଖାଇବା ପରେ ସପରିବାର ଶୋଇଥିବା ବେଳେ ରାତି ପ୍ରାୟ ୨ ଟା ବେଳେ ଦୁର୍ବୁତ୍ତ ମାନେ ଝରକା ଗ୍ରୀଲ କାଟି ଛାତ ଉପରେ ଦେଇ ଘରକୁ ପଶିଥିଲେ, ସୁନା ଗହଣା ସହ ବ୍ରେସଲେଟ୍ ଓ ନଗଦ ଟଙ୍କା ଚୋରି କରି ପଳାଇ ଥିଲେ ଅନ୍ୟୁନ ୪୦ ହଜାର ଟଙ୍କା ରୁ ଉର୍ଦ୍ଧ ସମ୍ପତ୍ତି ଲୁଟୁ କରି ନେଇଥିବା ଜଣା ପଡିଛି।