ଭୂବନେଶ୍ୱର, ୦୨/୧୨ : ବରଗଡ଼ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ଦେଖିବ ନୂଆ କଂସ। କଂସ ଭୂମିକାରେ ଅଭିନୟ କରିବେ ଭୁବନେଶ୍ୱର ପ୍ରଧାନ। ୨୦୨୨ରୁ କଂସ ଭୂମିକା ତୁଲାଉଥିବା ହୃଷିକେଶ ଭୋଇଙ୍କୁ ଏଥର ବାଦ୍ ଦିଆଯାଇଥିଲା। ହୃଷିକେଶ ଭୋଇଙ୍କୁ ବାଦ୍ ଦିଆଯିବା ପାଇଁ ଧନୁଯାତ୍ରା ମହୋତ୍ସବ ସମିତି ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା। ଏହାପରେ ଆରମ୍ଭ ହୋଇଥିଲା ନୂଆ କଂସ ବାଛିବାର ପ୍ରକ୍ରିୟା।
୨୦୨୨ରେ ଅନୁଷ୍ଠିତ କଂସ ପ୍ରତିଯୋଗିତାରେ ଦ୍ୱିତୀୟରୁ ପଞ୍ଚମ ହୋଇଥିବା ଜଣଙ୍କୁ ଚୟନ କରାଯିବ ବୋଲି କୁହାଯାଇଥିଲା। ଏହି କ୍ରମରେ ଷଷ୍ଠ ଥର ପାଇଁ କଂସ ଭୂମିକାରେ ଅଭିନୟ କରିବେ ଭୁବନେଶ୍ୱର ପ୍ରଧାନ। କଳାକାର ଭୁବନେଶ୍ୱର ପ୍ରଧାନ,ସୁଶିଲ ମେହେର,ଜଗଦାନନ୍ଦ ପଣ୍ଡା ଓ ଆର୍ତ୍ତତ୍ରାଣ ସୁନାନିଙ୍କ ମଧ୍ୟରୁ ଜଣକୁ ଚୟନ କରାଯିବ ବୋଲି କମିଟି ନିଷ୍ପତ୍ତି ନିଆଯାଇଥିଲା। ଏହି ଚାରିଜଣ କଳାକାରଙ୍କ ମଧ୍ୟରେ ଦେଖିବାକୁ ମିଳିଥିଲା ଜୋରଦାର ପ୍ରତିଯୋଗିତା। ଆଜି ଚୟନ ପ୍ରକ୍ରିୟାରେ ତିନିଜଣ ବିଚାରକ ଭାବେ ଯୋଗ ଦେଇ ଚୟନ କରିଛନ୍ତି ଧନୁଯାତ୍ରାର ମୂଖ୍ୟ ଚରିତ୍ରର ଅଭିନୟ ପାଇଁ କଂସ।